www.samajalive.in
Saturday, December 6, 2025
23.1 C
Bhubaneswar

 ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଡାଇରିଆ ଅଞ୍ଚଳ ଗସ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ପଞ୍ଚାୟତରେ ଲାଗିରହିଥିବା ଡାଇରିଆ ଅଞ୍ଚଳକୁ ଆଜି ଅନୁସୂଚିତ ଜନଜାତି ଓ ଜାତି ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି । ସେ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି  ସେଠାରେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ତିନିଜଣ ସିକରପାଇ ଗାଁର ସୁରେଶ କନ୍ଧପାଣି (୨୦),ଜନମନ ପ୍ରଧାନ (୪୦) ,ସିକପାଇ ଗାଁର ହାପି ତିଆକା( ୫୦) ରୋଗୀଙ୍କ ସାକ୍ଷାତ କରି ଚିକିତ୍ସା ବିଷୟରେ ପଚାରିବୁଝିଥିଲେ । ଡାକ୍ତର ସତ୍ୟଜିତ ବେହେରାଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ସିକରପାଇରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହା ପରେ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁ କୁ ଯାଇ  ସମସ୍ତ ବିଷୟ ଅନୁଧ୍ୟାନ କରିବାପରେ ସେଠାର ଲୋକମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ବ୍ୟବହାର କରିବା, ସାବୁନରେ ହାତ ଧୋଇବା ,ପ୍ରଚୁର ପରିମାଣରେ ପାଣି ପିଇବା, ଗରମ ଖାଦ୍ୟ ଖାଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ । ମନ୍ତ୍ରୀ ଗସ୍ତ ସମୟରେ ବିଡ଼ିଓ ତାପସ କୁମାର ଭୋଇ, ଏବିଡ଼ିଓ ବଳରାମ ପାତ୍ର, ପୁଲିସ ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ବ୍ଲକ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ, ଏମ୍ ଧର୍ମେନ୍ଦ୍ର,  ଜିଲା ପରିଷଦ ସଦସ୍ୟ ବି  ୱାରା ପ୍ରସାଦ ରାଓ,ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ । ପୁଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories