www.samajalive.in
Saturday, December 6, 2025
26.1 C
Bhubaneswar

‘ରାକ୍ଷୀଙ୍କୁ ଛାଡ଼ିଦିଅ ନହେଲେ ମାରିଦେବୁ’

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱାନ୍ତଙ୍କ ପୁରୁଷବନ୍ଧୁ ଆଦିଲ ଦୁରାନୀଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ରାକ୍ଷୀ ଓ ଆଦିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ବିଷ୍ଣୋଇ ଗ୍ୟାଙ୍ଗ୍‌ର ଲୋକମାନେ ଆଦିଲଙ୍କୁ ରାକ୍ଷୀଙ୍କଠାରୁ ଦୂରେଇ ଯିବାକୁ କହିଛନ୍ତି। ତାଙ୍କ ଫୋନ୍‌କୁ ମେସେଜ୍‌ ଆସିଛି, ଯେଉଁଥିରେ ଲେଖା ହୋଇଛି ଯଦି ଆଦିଲ୍‌ ରାକ୍ଷୀଙ୍କୁ ନଛାଡ଼ନ୍ତି ତାହେଲେ ସେମାନେ ତାଙ୍କୁ ମାରିଦେବେ। ଧମକ ମିଳିବା ପରେ ଉଭୟ ଏନେଇ ପୁଲିସକୁ ଜଣାଇଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ରାକ୍ଷୀ କହିଛନ୍ତି, ‘‘ଆଦିଲ ତାଙ୍କ ଜୀବନ ରକ୍ଷା କରିଛନ୍ତି ଏବଂ ସେ ତାଙ୍କୁ ବହୁତ ଭଲ ପାଆନ୍ତି। ସେ ଆହୁରି କହିଛନ୍ତି, କ’ଣ ଭଲପାଇବା ଅପରାଧ? କ’ଣ ହେଲା ଯଦି ମୁଁ ହିନ୍ଦୁ ଓ ସେ ମୁସଲମାନ ହେଲେ। ଆମେ ଧର୍ମରେ ବିଶ୍ବାସ କରୁନା। ଆମେ ପରସ୍ପରକୁ ଭଲପାଉଛୁ, ଆମେ କାହାର କ’ଣ ବିଗାଡ଼ିଛୁ। ଧମକ ଦେବା ବନ୍ଦ କର, ଆଦିଲ ମୋ ଜୀବନ। ପ୍ରଥମେ ମୋତେ ମାରିଦିଅ।’’

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories