www.samajalive.in
Saturday, December 6, 2025
23.1 C
Bhubaneswar

ଡାଇରିଆରେ ଜଣେ ମୃତ ; ୮ ଆକ୍ରାନ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡାଇରିଆ ବା ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ସିକରପାଇ ପଞ୍ଚାୟତର ଲକ୍ଷ୍ମୀନଗରର ଅଭିନ କାଲାଟିଆଙ୍କୁ ଝାଡା ବାନ୍ତି ଲାଗିଥିବାରୁ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିଲେ ।ତାଙ୍କର ଅବସ୍ଥା ଖରାପ ହୋଇଥିବାରୁ ଜିଲା ଚିକିତ୍ସାଳୟକୁ ପଠାଇଥିଲେ ।ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଉକ୍ତ ବ୍ଲକରେ ଚଳିତ ୨୨ତାରିଖ ଦିନ ହିଁ କଲ୍ୟାଣସିଂହପୁର ବ୍ଲକରେ ଡାଇରିଆ ହୋଇଥିବା ଜଣାପଡିଛି। ସେହିଦିନ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁର ଲକି କୁଲେସିକା (୬୦)ଙ୍କୁ ପ୍ରଥମେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ତାପର ଦିନ ତାଙ୍କ ବୋହୁ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ ।ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ବର୍ତ୍ତମାନ ସେ ୪ଦିନ ହେବ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଜଣା ପଡ଼ିଛି । ବୁଡ଼ାଗୁଡ଼ା ପଞ୍ଚାୟତର ଗୁରୁତୁଲୀ ରେ ଗତ କାଲି ପ୍ରାୟ ୭ରୁ ୮ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଗାଁକୁ ଭ୍ରାମ୍ୟମାଣ ଦଳ ଗସ୍ତ କରି ରୋଗୀଙ୍କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅଧିନସ୍ଥ ପୁସୁଘାଟି ଗାଁର ୭ରୁ ୮ ଜଣ ଚିକିତ୍ସା ଧୀନ ରହିଥିବା ଦେଖିବାକୁ ମିଳିଛି ।
ଏହିମାନଙ୍କୁ କିଛି ଦିନ ଧରି ଝାଡାବାନ୍ତି ଲାଗି ରହିଥିବାରୁ ଗତ କାଲି ଗୁରୁବାର ସନ୍ଧ୍ୟାରେ ସିକର ପାଇ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ କାଶୀପୁର ,ଦଶମନ୍ତ ପୁର ପରେ କଲ୍ୟାଣସିଂ ହପୁର ବ୍ଲକରେ ଡାଇରିଆ ବ୍ୟାପିଥିବା ବେଳେ କାଶୀପୁରରୁ କଲ୍ୟାଣସିଂହପୁର ସୀମା ନିକଟବର୍ତ୍ତୀ ରହିଥିବାରୁ ଅଂଚଳରେ ପ୍ରବାହିତ ପାଣି କାଶୀପୁରରୁ ଆସୁଥିବା ଯୋଗୁଁ କୋଲେରା ବ୍ୟାପିବା ଆଶଙ୍କା ରହିଛି । ଅଂଚଳରେ ଲୋକଙ୍କ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ ନିକଟରେ ବୋହି ଯାଉଥିବା ନାଳ ଏକ ମାତ୍ର ସାହାରା ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡୁଛନ୍ତି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories