www.samajalive.in
Saturday, December 6, 2025
19.1 C
Bhubaneswar

ବ୍ଲକରେ ୧୯୯ ଜଣ ବିଦ୍ୟାର୍ଥୀ ଦେଲେ ନବୋଦୟ ପ୍ରବେଶ ପରୀକ୍ଷା

କଲ୍ୟାଣସିଂହପୁର  :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ  ଉଚ୍ଚବିଦ୍ୟାଳୟ ଠାରେ ନବୋଦୟ ବିଦ୍ୟାଳୟ ତରଫରୁ ଆଜି ନବୋଦୟ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବ୍ଲକରେ ୨୭୧ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୯୯ ଜଣ ପରୀକ୍ଷା ଦେଇଛନ୍ତି ।ବଳକା ୭୨ ଜଣ ଅନୁପସ୍ଥିତ ରହିଥିଲେ। ଏଥିରୁ କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୧୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି । ବଳକା ୪୦ ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିଲେ । ଏଥିରେ ପରୀକ୍ଷା କେନ୍ଦ୍ର ପରିଚାଳକ ଭାବେ ଆଚାରୀ ଶବର  ରହିଥିବା ବେଳେ ଅବଜର୍ବ ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ କଣ୍ଡାଗରୀ ,ବିଏଲଓ  ଭାବେ ଦୀପକ କୁମାର ବେହେରା ଓ ସିଏଲଓ ଭାବେ ଆସିଥିବା ନବୋଦୟ ବିଦ୍ୟାଳୟର ଶିକ୍ଷକ  ସୁବୁଦ୍ଧି ସାହା ରହିଥିଲେ ।ସେହିପରି ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ୧୧୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୮୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ବଳକା ୩୨ ଜଣ ଅନୁପସ୍ଥିତ ରହିଥିଲେ ।ଏଥିରେ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ପରୀକ୍ଷା କେନ୍ଦ୍ର ପରିଚାଳନା କରିଥିବା ବେଳେ ବିଏଲଓ ଭାବେ ରାୟଗଡା ର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ  ବଳରାମ ହୁଈକା ଉପସ୍ଥିତ ଥିଲେ ।ନିଜ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରୀକ୍ଷା ନିରୀକ୍ଷକ ଭାବେ ରହିଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories