www.samajalive.in
Sunday, December 7, 2025
26.1 C
Bhubaneswar

‘କଳ୍କି ୨୮୯୮ ଏଡି’: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି ; ୫୦ କୋଟି ପାର୍

ମୁମ୍ବଇ : ଅନେକ ଦିନର ଅପେକ୍ଷା ପରେ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପ୍ରେକ୍ଷାଳୟରେ ରିଲିଜ୍ ହୋଇ ସାରିଛି। ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ରେ ହଇଚଇ ସୃଷ୍ଟି କରିଛି କଳ୍କି। ଏହି ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସ୍ ରେ ଦମଦାର୍ ରେକର୍ଡ କରିଛି। ପ୍ରଶଂସକ ଫିଲ୍ମଟିକୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଏହା ପ୍ରମାଣ କରି ଦେଇଛି। ସାରା ଦେଶରେ ସିନେମା ଘରେ ଫିଲ୍ମର ଶୋ’ ହାଉସ୍ ଫୁଲ୍ ରହିବା ସହ ପ୍ରଶଂସକଙ୍କ ଭିଡ ଜମୁଛି।

ଏହା ଚଳିତ ବର୍ଷର ଅନ୍ୟତମ ହିଟ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଦର୍ଶକ ମଧ୍ୟ ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ବକ୍ସ ଅଫିସରେ ପ୍ରଦର୍ଶନକୁ ଦେଖିଲେ ଏହି ଚଳଚ୍ଚିତ୍ର ଭବିଷ୍ୟତରେ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇପାରେ।
‘କଳ୍କି ୨୮୯୮ ଏଡି’ ୨୦୨୪ର ପ୍ରଥମ ଦିନରେ ଏହା ଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି।
ଫିଲ୍ମ କଳ୍କି ଭାରତୀୟ ବକ୍ସ ଅଫିସ କଲେକସନ୍ ରେ ଗୋଟିଏ ଦିନରେ ୫୦ କୋଟି ଟଙ୍କା ପାର୍  କରିଛି। ଯାହା ଅନୁଯାୟୀ, ଆଗାମୀ ଦିନରେ ଫିଲ୍ମ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ବୋଲି କହିବା ଭୁଲ ହେବ ନାହିଁ। କିଛି ରିପୋର୍ଟ ଅନୁଯାୟୀ, ଫିଲ୍ମ ସପ୍ତାହ ଶେଷରେ ଅଧିକ ରୋଜଗାର କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ‘କଳ୍କି ୨୮୯୮ ଏଡି’ ପ୍ରଥମ ଦିନରେ ଏହା ଭାରତର ସମସ୍ତ ଭାଷାରେ ପ୍ରାୟ ୬୧.୧୮ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି କିଛି ଘଣ୍ଟା ମଧ୍ୟରେ ଆହୁରି ବୃଦ୍ଧି ପାଇପାରେ।

ଗାଧୁଆଘର ବାସ୍ତୁ ; ଏହି ଜିନିଷ ଥିଲେ ଟାଣି ଆଣେ ଦୁର୍ଭାଗ୍ୟ, ଟଙ୍କା ଅଭାବ, କରି ଦିଏ କାଙ୍ଗାଳ..

- Advertisement -

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories