ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଶୌଚାଳୟରୁ ଆପତ୍ତିଜନକ ଜିନିଷ ମିଳିବା ଘଟଣାରେ ଆଜି ବିଧାନସଭାରେ କ୍ରୀଡା ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ ହୋଇଥିଲା । ଆଥଲେଟ୍ ବ୍ୟବହାର କରୁଥିବା ଟୟଲେଟରୁ ଆପତ୍ତିଜନକ ଜିନିଷ ମିଳିନାହିଁ । ଯେଉଁ ଟୟଲେଟ କଥା କୁହାଯାଉଛି ତାହା ମଧ୍ୟ କ୍ୟାମ୍ପସ୍ ଭିତରେ । ସେସବୁ ଟୟଲେଟକୁ ଚାଲିବାକୁ ଆସୁଥିବା ଲୋକମାନେ ବ୍ୟବହାର କରୁଛନ୍ତି ।



