www.samajalive.in
Thursday, December 11, 2025
16.1 C
Bhubaneswar

‘କାଳିଆ’ ଯୋଜନା ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀର ମାଳତୀପାଟପୁରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବା କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ୨୬ ତାରିଖ ସୁଦ୍ଧା ୧୨ଲକ୍ଷ ୪୫ହଜାର ୪୯୦ ହିତାଧିକାରୀଙ୍କ ଖାତାକୁ ୫ହଜାର ଲେଖାଏଁ ଟଙ୍କା ପଠାଯିବ।
ମାଳତୀପାଟପୁରରେ ଆୟୋଜିତ ଚାଷୀ ସମାବେଶରେ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ସମାଗମ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ସମାବେଶ ସ୍ଥଳୀକୁ ଆସିବେ। ସେଠାରେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ସମେତ ବହୁ ସାଂସଦ, ବିଧାୟକ ଓ ସଂପୃକ୍ତ ବିଭାଗର ସଚିବମାନେ ଉପସ୍ଥିତ ରହିବେ।
ରାଜ୍ୟରେ କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ କୃଷକଙ୍କ ଅର୍ଥନୈତିକ ସ୍ଥିତି ମଜଭୁତ କରିବା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ଯୋଜନା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ନାମ ସଂଯୋଗ ପାଇଁ ୬୬ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି। ଦରଖାସ୍ତକାରୀଙ୍କ ମଧ୍ୟରେ ଥିବା ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, କାର୍ଯ୍ୟରତ ସରକାରୀ ଓ ସାଧାରଣ ଉଦ୍ୟୋଗ ଆଦିର କର୍ମଚାରୀଙ୍କ ନାମ ବାଦ ଦିଆଯାଇଛି। ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକଙ୍କୁ ସହାୟତା ପ୍ରଦାନ କରାଯିବ।
ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ ପରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଶୁକ୍ରବାର ଠାରୁ ଫେବୃଆରୀ ୩ ତାରିଖ ମଧ୍ୟରେ ପଞ୍ଚାୟତସ୍ତରରେ ଚିଠା ତାଲିକା ପ୍ରକାଶିତ ହେବ। ଯାଞ୍ଚ ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିଠା ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ସହ ପେବୃଆରୀ ତୃତୀୟ ସପ୍ତାହ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ରାଶି ପଠାଯିବ।
ଦ୍ବିତୀୟ ପର୍ଯ୍ୟାୟ ସବୁଜ ଫର୍ମ ଏବଂ ତାଲିକାରୁ ବାଦ ପଡ଼ିଥିବା ଆବେଦନ ଫର୍ମ ଉପରେ ତୃତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ପ୍ରସ୍ତୁତ କରାଯିବ। ଯାଞ୍ଚ ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ସହାୟତା ଅର୍ଥ ଜମା କରାଯିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି, କାଳିଆ (କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ) ଯୋଜନାରେ ରାଜ୍ୟର ୩୦ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ପାଇଁ ୫ହଜାର ଟଙ୍କା ଲେଖାଏଁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ଟି ଫସଲ ଋତୁ ପାଇଁ ଏହା ଲାଗୁ ହେବ।
ଭୂମିହୀନ ପରିବାର ପାଇଁ ଜୀବିକା ସହାୟତା ମିଳିବ। ଏହାଦ୍ବାରା ୧୦ଲକ୍ଷ ଭୂମିହୀନ ପରିବାର ଉପକାର ପାଇପାରିବେ। ଛେଳି ପାଳନ, ବତକ ଚାଷ, ଅଣ୍ଡା ଉତ୍ପାଦନ, ମାଛ ଚାଷ, ଛତୁଚାଷ ଓ ବହୁ ଚାଷ ପରି ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ଟଙ୍କା ସହାୟତା ଦିଆଯିବ। ଏଥିପାଇଁ ତିନବର୍ଷରେ ୧୨୫୦କୋଟି ଟଙ୍କା ବ୍ୟୟ କରାଯିବ। ଭୂମିହୀନ ଶ୍ରମିକ ଓ ଆପଦଗ୍ରସ୍ତ ଚାଷୀ ପରିବାର ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ଅନ୍ୟାନ୍ୟ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିପାରୁ ନଥିବା ବେଳେ ଭୂମିହୀନ କୃଷି ଶ୍ରମିକ ରୋଜଗାର ହରାଇଥାଏ। ସେମାନଙ୍କ ଚାଷ କାର୍ଯ୍ୟ ଓ ଜୀବିକା ନିର୍ବାହ ପାଇଁ ସରକାର ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଗ୍ରାମ ପଞ୍ଚାୟତ ଦ୍ବାରା ହିତାଧିକାରୀ ମନୋନୟନ କରାଯିବ। ରାଜ୍ୟରେ ୧୦ଲକ୍ଷ ପରିବାର ଏହି ସୁବିଧା ପାଇବେ ଏବଂ ଏବାବଦରେ ୧ହଜାର କୋଟି ଟଙ୍କା ବ୍ୟୟ ହେବ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉଭୟ ଚା​‌ଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ବାରା ୫୭ଲକ୍ଷ ପରିବାର ଉପକୃତ ହେବେ। ସେହିପରି ବିନା ସୁଧରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏ ବାବଦରେ ୩ବର୍ଷରେ ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୧ରେ ଏହି ଯୋଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତ୍ତନ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories