www.samajalive.in
Tuesday, December 9, 2025
15.1 C
Bhubaneswar

ଜନରାଜ୍ୟ ଦିବସରେ ପତାକା ଉତ୍ତୋଳନ : ଭୁବନେଶ୍ବରରେ ରାଜ୍ୟପାଳ, କଟକରେ ମୁଖ୍ୟମନ୍ତ୍ରୀ

୧୭ଜିଲାରେ ମନ୍ତ୍ରୀ, ୧୨ଜିଲାରେ ଜିଲାପାଳ, ବ୍ରହ୍ମପୁର, ରାଉରକେଲାରେ ଆରଡିସି

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ପୁଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ଜିଲା ସଦର ମହକୁମାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ଅବସରରେ ରାଜଧାନୀର ଲୋୟର ପିଏମଜି ତଥା ମହାତ୍ମା ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡ଼ିୟମଠାରେ ଆୟୋଜିତ ଉତ୍ସବ​‌େ​‌ର ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଜ୍ୟର ୧୭ଟି ଜିଲାରେ ମନ୍ତ୍ରୀ, ୧୨ଟି ଜିଲାରେ ଜିଲାପାଳ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଆରଡ଼ିସି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।
ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କନ୍ଧମାଳ, ଉଷା ଦେବୀ ମୟୂରଭଞ୍ଜ, ଗଜପତିରେ ବଦ୍ରିନାରାୟଣ ପାତ୍ର, ବାଲେଶ୍ବରରେ ସୂର୍ଯ୍ୟନାରାୟଣ ପାତ୍ର, ନୂଆପଡ଼ାରେ ନିରଞ୍ଜନ ପୂଜାରୀ, ଯାଜପୁରରେ ପ୍ରଫୁଲ୍ଲ ସାମଲ, ଢ଼େଙ୍କାନାଳରେ ମହେଶ୍ବର ମହାନ୍ତି, ପୁରୀରେ ଶଶିଭୂଷଣ ବେହେରା, କଳାହାଣ୍ଡିରେ ପ୍ରତାପ ଜେନା, ଅନୁଗୋଳରେ ରମେଶଚନ୍ଦ୍ର ମାଝି, ସମ୍ବଲପୁରରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ରାୟଗଡ଼ାରେ ଅଶୋକଚନ୍ଦ୍ର ପଣ୍ଡା, ସୁନ୍ଦରଗଡ଼ରେ ସ୍ନେହାଙ୍ଗିନୀ ଛୁରିଆ, ନବରଙ୍ଗପୁରରେ ଡ.ନୃସିଂହଚରଣ ସାହୁ, ମାଲକାନଗିରିରେ ସୁଶାନ୍ତ ସିଂହ, ଗଞ୍ଜାମରେ ଅନନ୍ତ ଦାସ, କୋରାପୁଟରେ ଚନ୍ଦ୍ରସାରଥି ବେହେରା ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ସହିତ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ବଲାଙ୍ଗିର, ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ସୋନପୁରରେ ସମ୍ପୃକ୍ତ ଜିଲାର ଜିଲାପାଳମାନେ ଜିଲାସ୍ତରୀୟ ଉତ୍ସବରେ ଅତିଥି ହେବା ସହିତ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories