www.samajalive.in
Monday, December 8, 2025
14.1 C
Bhubaneswar

‘କାଳିଆ ରଥ’  ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର: କାଳିଆ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ନେଇ ରାଜ୍ୟର ସବୁ ପଞ୍ଚାୟତରେ ‘କାଳିଆ ରଥ’ ପହଞ୍ଚିବ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସଚେତନତା ଯାତ୍ରାର ଶୁଭାରମ୍ଭ କରିଛନ୍ତି। କାଳିଆ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଅଡିଓ ଭିଜୁଆଲ, ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଗାଁ ଗହଳିରେ ଯୋଜନାର ପ୍ରଚାର କରାଯିବ। ବିଭିନ୍ନ ସ୍ଥାନରେ ଥିବା କଳାକାରଙ୍କୁ ନେଇ ସେମାନଙ୍କ ଅଞ୍ଚଳରେ ଲୋକନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି ବ୍ୟବସ୍ଥା ହାତକୁ ନିଆଯାଇଛି। ଏଥିପାଇଁ ୧୫୦ଟି ଯାନ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏଥିରୁ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନ ପଡ଼ିବେ ତା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ଯୋଜନାର ଅବଧି ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ। ଭୂମିହୀନ ଚାଷୀ ପରିବାର ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା ରହିଛି। ଚାଷ ପାଇଁ ଚାଷୀଙ୍କୁ ସହାୟତା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୧୩.୦୩ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ଲେଖାଏଁ ପଠାଯାଇଛି। କାଳିଆ ୱେବସାଇଟକୁ ପ୍ରାୟ ଏକ କୋଟି ଲୋକ ଦେଖିଛନ୍ତି। ଯୋଜନା ବାବଦରେ ଜାଣିବା ପାଇଁ ୮ଲକ୍ଷ ଚାଷୀ କାଳିଆ ବାର୍ତ୍ତାରେ ଯୋଗାଯୋଗ କରିଛନ୍ତି। ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ଜୀବନ ଜୀବିକା ସହାୟତାରେ ପଶୁପାଳନ ଓ ଉଦ୍ୟାନ କୃଷି ଫସଲ କରି କୃଷି ଅଭିବୃଦ୍ଧି ତ୍ବରାନ୍ବିତ କରିବା ବ୍ୟବସ୍ଥା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories