www.samajalive.in
Monday, December 8, 2025
24.1 C
Bhubaneswar

ଧଳାପଥରରେ ଗଜଲକ୍ଷ୍ମୀ ପୂଜା ଓ ବାଦୀପାଲା

କଳାପଥର: ୫୫ବର୍ଷ ଧରି ଧଳାପଥର ଲକ୍ଷ୍ମୀବଜାର କମିଟି ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ୫ଦିନ ଧରି ପାଳନ ହେବାକୁ ଥିବା ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଧଳାପଥର ପଞ୍ଚାୟତ ଛକଠାରୁ କଳାପଥର ଡାକ୍ତରଖାନା ଛକ ଚଳଚଞ୍ଚଳ ହୋଇଉଠିଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ପୂଜା କମିଟି ପକ୍ଷରୁ ପ୍ରତିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଶନିବାର ମା’ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ହୋଇଥିଲା। ବଜାର ତଥା ପୂଜା କମିଟିର ସଭାପତି ସମାଜସେବୀ ଭୋଳାନାଥ ବେହେରା, ସମ୍ପାଦକ ଶିକ୍ଷବିତ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ତତ୍ତ୍ବାବଧାନରେ ପୂଜା କାଯ୍ୟ ଚାଲୁଛି। ପ୍ରଥମ ଓ ଦୁଇ ରାତ୍ରି ପ୍ରବଚକ ପଣ୍ଡିତ ଦିବାକର ଦାସ ମହାରାଜ, ଜଗତସିଂହପୁର, ପଣ୍ଡିତ ଶୁକଦେବ ପଣ୍ଡା, କାମାକ୍ଷା ଢେଙ୍କାନାଳ ପ୍ରମୁଖ ପ୍ରବଚନ କାର୍ଯ୍ୟକ୍ରମ ରହିଥିବାବେଳେ ଅନ୍ୟ ୩ରାତ୍ର ଗାୟକ ପୁରାଣ ଭୂଷଣ ଶରତ ଚନ୍ଦ୍ର ଦାସ ଶର୍ମା ରଇସୋଲ ପିପିଲି ଏବଂ ଗାୟକ ଜ୍ଞାନ ଗୌରବ ଲକ୍ଷ୍ମୀଧର ପଣ୍ଡା, କରଡ଼ାପଲ୍ଲୀ ବାଙ୍କୀ ଉଭୟ ବାଦୀ ପାଲା ପରିବେଷଣ କରବେ ବୋଲି ସଭାପତି ଭୋଳାନାଥ ବେହେରା ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories