www.samajalive.in
Sunday, December 7, 2025
14.1 C
Bhubaneswar

ପାରା ଏସୀୟ କ୍ରୀଡ଼ା : ୨୯ଟି ସ୍ୱର୍ଣ୍ଣ ସହ ୧୧୧ଟି ପଦକ ଜିତି ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡ଼ାରେ ଭାରତ ସର୍ବମୋଟ୍‌‌ ୧୧୧ଟି ପଦକ ଜିତି ଇତିହାସ ସୃଷ୍ଟି କରିଛି । ତାହାମଧ୍ୟରେ ୨୯ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୫୧ଟି ବ୍ରୋଞ୍ଜ ପଦକ ରହିଛି । ଭାରତ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ଗତଥରର ଭିନ୍ନକ୍ଷମ ଏସୀୟ କ୍ରୀଡ଼ାରେ ଭାରତକୁ ୭୨ଟି ପଦକ ମିଳିଥିଲା ।
ଦିଲ୍ଲୀପ ଗାବିଦ ଟି-୪୭ ୪୦୦ ମିଟର ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ସଂସ୍କୃତି, ହିମାଂସି ଓ ବୃତ୍ତି ମହିଳା ଚେସ୍‌‌ ବି-୧ ବର୍ଗରେ ଆଜି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଆଜି ଭାରତକୁ ୧୨ଟି ପଦକ ମିଳିଛି । ତାହାମଧ୍ୟରେ ୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି । ପୁରୁଷ ଜାଭେଲିନ୍‌‌ ଥ୍ରୋ ଏଫ-୫୫ ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ମିଳିଛି । ନୀରଜ ଯାଦବ ୩୩.୬୯ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଭିନ୍ନକ୍ଷମ ଏସୀୟ କ୍ରୀଡ଼ାରେ ନୂଆ ରେକର୍ଡ ସୃଷ୍ଟି କରିଥିବାବେଳେ ଟେକ୍‌‌ ଚାନ୍ଦ ୩୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି । ଭିନ୍ନକ୍ଷମ ଚେସ୍‌‌ ପୁରୁଷ ଟିମ୍‌‌ ବି-୧ ବର୍ଗରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ପୁରୁଷ ଟିମ୍‌‌ରେ ଅଶ୍ୱିନୀ, ଦର୍ପଣ ଓ ସୌନ୍ଦର୍ଯ୍ୟ ଏହି ପଦକ ଲାଭ କରିଛନ୍ତି । ଇତିମଧ୍ୟରେ ପୁରୁଷ ଚେସ୍‌‌ ବି-୧ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାରତ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଦର୍ପଣ ଇରାନୀ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାବେଳେ ସୌନ୍ଦର୍ଯ୍ୟା ପ୍ରଧାନ ରୌପ୍ୟ ପଦକ ଓ ଅଶ୍ୱିନୀ ମକୱାନା ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।
ପିଆର-୩ ମିକ୍ସଡ୍‌‌ ଡବଲ୍ସ ସ୍କଲ୍‌‌ସ ରୋଇଙ୍ଗ ପ୍ରତିଯୋଗିତାରେ ଭାରତର ନାରାୟଣ ଓ ଅନୀତା ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହିଳା ୧୫୦୦ ମିଟର ଟି-୨୦ ପ୍ରତିଯୋଗିତାରେ ପୂଜା ବ୍ରୋଞ୍ଜ ପଦକ ଲାଭ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories