www.samajalive.in
Saturday, December 6, 2025
26.1 C
Bhubaneswar

କଲମପୁର ପୁଲିସ ଥାନାରେ ସିସି କ୍ୟାମେରା ଲାଗିବ କେବେ ?

କଲମପୁର: ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସରକାର କାର୍ଯ୍ୟାଳୟରେ ଉଭୟ ସାଧାରଣ ଜନତା ଏବଂ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ସିସି କ୍ୟାମରା ସଂଯୋଗ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ରହିବ। ଏହାସହ ବିଭିନ୍ନ ଶିକ୍ଷାନୁଷ୍ଟାନରେ ମଧ୍ୟ ଶିକ୍ଷାନୁଷ୍ଠାନର ସ୍ୱଚ୍ଛାତା ପାଇଁ ସିସି କ୍ୟାମେରା ସଂଯୋଗ କରାଯାଇଛି। କୌଣସି ଅପ୍ରିତିକର ବାତାବରଣ ହେଲେ ଯାହା ସିସି କ୍ୟାମେରା ଏକ ବଳିଷ୍ଟ ପ୍ରମାଣ ହେଇ ରହି ପାରିବ। ସରକାରୀ କାର୍ଯ୍ୟାଳୟରେ ସି.ସି କ୍ୟାମେରା ଖଞ୍ଜା ଯିବା ଦ୍ୱାରା ଦୁର୍ନୀତିକୁ ରୋକା ଯାଇ ପାରିବ। ସେହିଭଳି ପୁଲିସ ଥାନା ସବୁରେ ଏହି ସିସି କ୍ୟଆମେରା ଖଞ୍ଜା ଯିବାର ବିଶେଷ ଆବଶ୍ୟକତା ରହିଛି।

ଅତୀତରେ ପୁଲିସ କର୍ମଚାରୀଙ୍କ ଅମାନବୀୟ ନିର୍ଯ୍ୟାତନା ଯୋଗୁଁଁ କିଛି ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ପୁଣି ଅନେକ ସମୟରେ ପୁଲିସ ନାମରେ ମଧ୍ୟ ମିଥ୍ୟା ଅଭିଯୋଗ ଆସିଛି। ଏହାର ନିରାକରଣ ପାଇଁ ସିସି କ୍ୟାମେରାର ଗୁରୁତ୍ୱ ରହିଛି। ନିକଟରେ ଭରତପୁର ପୁଲିସ ଥାନାରେ ଥାନା ଅଧିକାରୀହ୍କ ସମେତ ଥଆନାର କର୍ମଚାରୀଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଯୋଗୁଁ ରାଜ୍ୟ ଏବଂ ଦେଶର ରାଜନୀତି ସରଗରମ ହେଇ ଉଠିଛି। କିନ୍ତୁ ପରିତାପର ବିଷୟ ଭରତପୁର ପୁଲିସ ଥାନାରେ ସିସି କ୍ୟାମେରା ନଥିବାରୁ କିଏ ସତ କିଏ ମିଛି ତାହା ଲୋକ ଲୋଚନକୁ ଆସି ପାରୁନାହିଁ।

- Advertisement -

ବିରୋଧି କିନ୍ତୁ ସରକାରୀ କଳ ବିରୋଧରେ ମତ ଦେଉଛନ୍ତି। ଯଦି କ୍ୟାମେରା ଥିଲେ ଏହାର ସମାଧାନ ହେଇ ସାରନ୍ତା। ଭରତପୁର ପୁଲିସ ଥାନା ଭଳି ୨୦୨୩ ଜାନୁଆରୀ ୯ ତାରିଖ ଦିନ ସ୍ଥାପିତ ହେଇଥିବା କଲମପୁର ପୁଲିସ ଥାନାରେ ମଧ୍ୟ ସିସି କ୍ୟାମେରା ସଂଯୋଗ ହେଇ ପାରି ନାହିଁ। ଯେଉଁଥିପାଇଁ ଭରତପୁର ପୁଲିସ ଥାନା ଘଟଣା ପୁନରାବୃତି ହେବା ପୂର୍ବରୁ ତୁରନ୍ତ କଲମପୁର ଥାନାରେ ଏହି ସିସି କ୍ୟାମେରା ଖଞ୍ଜା ଯିବାର ବ୍ୟବସ୍ତା କରାଯିବା ଉଚିତ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories