www.samajalive.in
Saturday, December 6, 2025
26.1 C
Bhubaneswar

ବଡକୁଟୃ ରାସ୍ତା ବିପର୍ଯ୍ୟସ୍ଥ: ହେଉନି ମରାମତି, ବଢୁଛି ଅସନ୍ତୋଷ

କଲମପୁର : ରାସ୍ତା ସାରା ଖାଲ ଏଭଳି ଶୋଚନୀୟ ହେଇ ପଡ଼ିଛି ବଡକୁଟୃ ରାସ୍ତାର ଅବସ୍ଥା। କଲମପୁର, ଜୟପାଟଣା ଏବଂ ଥୁଆମୁଳ ରାମପୁର ଆଦି ୩ଗୋଟି ବ୍ଲକକୁ ମଧ୍ୟରେ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା। ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ନା ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଧର୍ମଗଡ଼ ଗ୍ରାମ ଉନ୍ନୟନ ବିଭାଜନ, ଜିଲା ପ୍ରସାଶନ କିମ୍ବା ଲୋକ ପ୍ରତିନିଧି ଏଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ହାତୀ ନଦୀର କର୍ମେଲି ଡଙ୍ଗରୀଗୁଡା, ପାତ୍ରବସା ଏବଂ ବିରିପୁର ଠାରେ ପୋଲ ନିର୍ମାଣ ହେବା ପରେ ରୀତିମତ ଏହି ରାସ୍ତା ଉପରେ ଲୋକେ ଭରସା କରୁଛନ୍ତି।

ଏହାସହ ହାତୀ ନଦୀରୁ ବାଲି ଉଠାଣ କରାଯାଇ ଏହି ତିନି ବ୍ଲକ ଅଞ୍ଚଳ ସମେତ କୋକସରା, ପଡୋଶୀ ନବରଙ୍ଗପୁର ଏବଂ ରାୟଗଡ଼ା ଅଞ୍ଚଳକୁ ଏହି ରାସ୍ତା ଦେଇ ବାଲି ଚାଲାଣ କରାଯାଉଛି। ଯେଉଁଥିରେ ରାସ୍ତାର କ୍ଷମତା ଠାରୁ ଅଧିକ ଓଜନର ଶତାଧିକ ହାଇୱା ଯୋଗେ ବାଲି, ପଥର, ଚିପ୍ସ,ଗେଟି ଆଦି ନିର୍ମାଣ ସାମଗ୍ରୀ ପରିବହନ କରି ଦିନ ରାତି ୨୪ ଘଣ୍ଟା ଏହି ରାସ୍ତା ଦେଇ ନିର୍ମାଣକାରୀ ସଂସ୍ଥା ସବୁ ନେଉଥିବାରୁ ଅଳ୍ପ ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡ଼ିଛି। ସାଧାରଣ ଯାତ୍ରୀ ଏହି ରାସ୍ତାରେ ଯିବା ଏବେ କଷ୍ଟସାଧ୍ୟ ହେଇ ପଡ଼ିଛି। ଏପରିକି ଅନେକ ସମୟରେ ବାଇକ ଦୁର୍ଘଟଣା ଯୋଗୁଁ ରାସ୍ତାରେ ପଡ଼ି  ଲୋକେ ଖଣ୍ଡିଆଖାବରା ହେଉଛନ୍ତି। ଆଗାମୀ ଦିନରେ କୌଣସି ବଡ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

- Advertisement -

ଯେଉଁଥିପାଇଁ ଏହି ରାସ୍ତା ଏବେ ଜନ ଜୀବନ ପାଇଁ ମରଣଯନ୍ତା ପାଲଟିଥିବା ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଥିବା ବେଳେ ରାସ୍ତା ପାଇଁ ଏକ ଜନ ଆନ୍ଦୋଳନ କରାଯିବା ନେଇ ପୁଣ୍ଡରୀକାକ୍ଷ ନାଏକ, ଅଭିମନ୍ୟୁ ନିଆଲ, ଶୁଶାନ୍ତ ନାଏକ, ଶେଷ ଦେବ ନାଏକ ପ୍ରମୁଖ ଚେତବାନୀ ଦେଇଛନ୍ତି। ଏନେଇ ରାସ୍ତା ଦାଇତ୍ୱରେ ଥିବା ଏସ.ଡି.ଓଙ୍କ ସହ ଯୋଗାଯୋଗ କରାଯାଇଥିଲା ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଏଭଳି ହେଇଯାଇଛି। ଭାରିଯାନ ମାଧ୍ୟମରେ ସାମଗ୍ରୀ ପରିବହନ କରୁଥିବା ସଂସ୍ତା ପକ୍ଷରୁ ଅଳ୍ପ କିଛି ମରାମତିର ପଦକ୍ଷେପ ନେଇଥିଲେ ରାସ୍ତାର ଅବସ୍ଥା ଏଭଳି ହେଇନଥାନ୍ତା। ତୁରନ୍ତ ରାସ୍ତାର ମରାମତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories