www.samajalive.in
Friday, December 5, 2025
26.1 C
Bhubaneswar

ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କଲମପୁର: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଲାଖବାହାଲି ଗାଁର ଦୂର ଦିଆରି (୮୧) ଲିଫ୍ଟ କେନାଲରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ବିଳମ୍ବିତ ରାତିରେ କେନାଲ ପାଣି ସ୍ରୋତ କମିବା ପରେ ପରିବାର ଲୋକଙ୍କ ସହଯୋଗରେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ। ଏହା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ସୂଚନା ଅନୁସାରେ ଗୁରୁବାର ସକାଳେ ବୃଦ୍ଧା ଜଣକ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରିବା ବେଳେ କେନାଲରେ ଆସି ଗାଧୋଉଥିଲେ। ଅସାବଧାନତା ଯୋଗୁଁ ବୃଦ୍ଧାଙ୍କ ଗୋଡ଼ କେନାଲର ଗଭୀର ପାଣିରେ ଖସି ଯାଇଥିଲା। ଫଳରେ ବୃଦ୍ଧା ଜଣକ ପାଣିର ସୁଅରେ ଭାସିଯାଇ ନିଖୋଜ ହେଇ ଥିଲେ। ଖବର ପାଇ ଜୟପାଟଣା ଅଗ୍ନିଶମ ଅଧିକାରୀ ଗୁଲୁ ସାହୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ପାଣି ଅଧିକ ଏବଂ ସ୍ରୋତ ତିବ୍ର ଥିବାରୁ ପାଣି ଭିତରେ ପଶି ଖୋଜିବା ସମ୍ଭବ ନଥିଲା। ପରବର୍ତ୍ତୀ ସମୟରେ କେନାଲରୁ ପାଣି ବନ୍ଦ କରାଯାଇଥିଲା। ପାଣି ସ୍ରୋତ କମିବାରେ ବିଳମ୍ବ ହେବା ସହ ଅନ୍ଧାର ହେଇଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଜୟପାଟଣା ଫେରି ଯାଇଥିଲେ। ପରବର୍ତ୍ତୀ ରାତି ୨ଟା ବେଳେ ପରିବାର ଲୋକଙ୍କ ସୂଚନା ପାଇ ଘଟଣାସ୍ଥଳକୁ ଯାଇ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ବିଏସଏନଏଲ ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌, ମିଳିବ ସବୁ ସୁବିଧା..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories