ଜଗତସିଂହପୁର/କୁଜଙ୍ଗ: ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ କାଠକୋଟ ପଞ୍ଚାୟତରେ ଘଟିଥିବା ଆଉ ଏକ ଲଜ୍ଜାକର ଘଟଣା ଗୁରୁବାର ଲୋକଲୋଚନକୁ ଆସିଛି। ପଞ୍ଚାୟତରେ ଏକ ଗାଁର ଜଣେ ନାବାଳିକା ୭ମାସର ଗର୍ଭବତୀ ହୋଇଛି। ଏ ସଂକ୍ରାନ୍ତରେ ନାବାଳିକାର ପିତା କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ସେ ତାଙ୍କ ଅଞ୍ଚଳର ସ୍ୱର୍ଗତ ନିଶାକର ଦାସଙ୍କ ଦୁଇ ପୁଅ ଭାଗ୍ୟଧର(୬୦) ଓ ପଞ୍ଚାନନ (୫୮) ଏଥିରେ ସମ୍ପୃକ୍ତ ଥିବା ଉଲ୍ଲେଖ କରିଛନ୍ତି। ଏଥିସହ ଏସଂକ୍ରାନ୍ତରେ ସେ ପଞ୍ଚାୟତର ଜଣେ ପୂର୍ବତନ ଲୋକ ପ୍ରତିନିଧିଙ୍କୁ ଜଣାଇବା ପରେ ସେ ତାଙ୍କୁ କଥାକୁ ଅଧିକ ନବଢ଼ାଇବା ପାଇଁ କହିବା ସହ ଧମକ ଚମକ ଦେଇଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି। କୁଜଙ୍ଗ ପୁଲିସ ଏତଲାକୁ ଗ୍ରହଣ କରି ପୋକ୍ସୋ ଆଇନ ଅନୁସାରେ ୩ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଦୁଇ ଭାଇ ଭାଗ୍ୟଧର ଓ ପଞ୍ଚାନନଙ୍କୁ ଗିରଫ କରିଛି। ପୁଲିସ ଗିରଫ ୨ ଭାଇ ଓ ନାବାଳିକାକୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇଛି।
Popular Categories



