www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ୟାସ ସିଲିଣ୍ଡର ଲିକ ହୋଇ ଜଳିଗଲା ଜଳଖିଆ ଦୋକାନ

କଲମପୁର : ବୁଧବାର ସକାଳୁ ମୀନଗୁର କୁଟୃ ଛକ ମୁଖ୍ୟ ରାସ୍ତାର ସାନକୁଟୃ କମଳ ନଦୀ ପୋଲ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ନିଆଁ ଲାଗି ଯାଇଛି। ଗ୍ୟାସ ଲିକ ଯୋଗୁଁ ଏହି ନିଆଁ ଲାଗି ଯିବାରୁ ଦୋକାନର ସମସ୍ତ ଆସବାବ ପତ୍ର ସମେତ କିଛି ଟଙ୍କା ଏକ ମୋବାଇଲ ଫୋନ ଏବଂ ସାଇକେଲଲ ଜଳି ଯାଇ ପାଉଁଶ ହୋଇଯାଇଛି। କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କଲା ବେଳକୁ ଦୋକାନ ଘର ଜଳି ସାରିଥିଲା।

ଦେଖନ୍ତୁ ଭୟଭୀତ କରିବ ଏହି ଭିଡିଓ ; ବାଘ,ମଣିଷର ଲଢେଇ..

- Advertisement -

ସୂଚନା ଅନୁସାରେ ବୁଧବାର ସକାଳେ ଦୋକାନ ମାଲିକ ଚିତ୍ରସେନ ପୁଝାରୀ ଦୋକାନରେ ପହଂଚି ଜଳଖିଆ ପ୍ରସ୍ତୁତି ଆରମ୍ଭ କରି ଥିଲେ। କିଛି ଜଳଖିଆ ତେଲ କଢେଇରୁ ଛାଣୁଥିବା ବେଳେ ହଠାତ୍ ତେଲ କଡେଇରେ ନିଆଁ ଲାଗି ଯାଇ ଗ୍ୟାସ ସିଲିଣ୍ଡରକୁ ସଂଯୋଗ ହୋଇଥିବା ପାଇପରେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନ ଘରେ ନିଆଁ ଲାଗିଯାଇଥିଲା। ଜୀବନ ବିକଳରେ ବାହାରକୁ ବାହାରି ଯାଇଥିଲେ ଚିତ୍ରସେନ। ଯେଉଁଥିପାଇଁ ଏକ ବଡ ଦୁର୍ଘଟଣାରୁ ସେ ରକ୍ଷା ପାଇଯାଇଥିଲେ। ସ୍ଥାନୀୟ ସରପଂଚ ଗଣେଷ ଚନ୍ଦ୍ର ପଣ୍ଡାଙ୍କ ସମେତ କିଛି ଲୋକ ଦୋକାନରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ନିଆଁ ଏବଂ ଧୁଆଁର ପ୍ରକୋପ ଯୋଗୁଁ ନିକଟସ୍ଥ ଗଛରେ ଥିବା ମହୁ ଫଣାରୁ ମହୁ ମାଛି ଉଡି ଆସି ସ୍ଥାନୀୟ ସରପଂଚ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ କାମୁଡି ପକାଇଥିଲା। ଯେଉଁଥିପାଇଁ ନିଆଁ ଲିଭ।ଉଥିବା ଲୋକ ସେଠାରୁ ଜୀବନ ବିକଳରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ସମ୍ବନ୍ଧରେ ତୁରନ୍ତ କଲମପୁର ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା।
ଓ.ଆଇ.ସି ଅନିଲ କୁମାର ବାରିକଙ୍କ ନେତୃତ୍ୱରେ ପବିତ୍ର ବେହେରା, ଡିସେମ୍ବର ବୁଡେକ, ନିର୍ମଳ ତିରିଆ, ଛବିନ୍ଦ୍ର ସାହୁ ଏବଂ ଥବୀର ସେଠ ପ୍ରମୁଖ କର୍ମଚାରୀ ଘଟଣାସ୍ଥଳରେ ପହଂଚି ପାଣି ସିଂଚନ କରି ନିଆଁକୁ ଆୟତ କରିବାରେ ସଫଳ ହେଇଥିଲେ। ଏନେଇ କଲମପୁର ଭାରପ୍ରାପ୍ତ ତହସିଲଦାର ମୋହନ ଜେନା ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଦୋକାନୀଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ। ଚିତ୍ରସେନ ଅତ୍ୟନ୍ତ ଗରିବ। ଏହି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲା। କିନ୍ତୁ ବର୍ତମାନ ତାର ଦୋକାନ ଘର ଜଳି ଯାଇଥିବାରୁ ତାର ପରିବାର ପ୍ରତିପୋଷଣ କରିବାରେ ବାଧା ଉପୁଜିଛି। ତେଣୁ ଏହି ଗରିବ ପରିବାର ପ୍ରତି ସରକାରୀ ସହାୟତା ଯୋଗାଇ ଦେବା ନେଇ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories