www.samajalive.in
Saturday, December 6, 2025
26.1 C
Bhubaneswar

ଅଟଳଙ୍କ ସହ ଚୁକ୍ତି ଉଲ୍ଲଂଘନ କରି ପାକିସ୍ତାନ ଭୁଲ କରିଥିଲା: ନୱାଜ

ନୂଆଦିଲ୍ଲୀ: ଭାରତ ସହିତ ହୋଇଥିବା ଏକ ବୁଝାମଣାକୁ ଉଲ୍ଲଂଘନ କରି ପାକିସ୍ତାନ ଭୁଲ କରିଥିଲା ବୋଲି ସ୍ୱୀକାର କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ପାକିସ୍ତାନ ମୁସଲିମ ଲିଗ୍‌‌-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏକ ବୈଠକରେ ଭାରତ-ପାକ୍‌‌ ସମ୍ପର୍କ ଉପରେ ମତଦେଇ ସେ ଏହା କହିଛନ୍ତି।

ନୱାଜ କହିଥିଲେ, ୧୯୯୮ ମେ ୨୮ରେ ପାକିସ୍ତାନ ୫ଟି ପରମାଣୁ ପରୀକ୍ଷଣ କରିଥିଲା। ଏହା ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପାକିସ୍ତାନ ଆସିଥିଲେ। ଏହି ଅବସରରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆମେ ସେହି ଚୁକ୍ତିକୁ ଉଲ୍ଲଂଘନ କଲୁ। ଏହା ଆମର ସବୁଠୁ ବଡ଼ ଭୁଲ ଥିଲା। ସୂଚନାଯୋଗ୍ୟ, ୧୯୯୯ ଫେବୃୟାରୀ ୨୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାହୋରଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ବାଜପେୟୀ ଦସ୍ତଖତ କରିଥିଲେ। ଏହାକୁ ଲାହୋର ଚୁକ୍ତି ବୋଲି ମଧ୍ୟ କୁହାଯାଉଥିଲା। ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଚୁକ୍ତି ହୋଇଥିଲା। ମାତ୍ର କିଛି ମାସ ପରେ ପାକିସ୍ତାନ ତରଫରୁ ସୀମାରେ ଅନୁପ୍ରବେଶକୁ ପ୍ରୋତ୍ସାହିତ କରାଯାଇଥିଲା। ଏହି କାରଣରୁ କାରଗିଲ ଯୁଦ୍ଧ ହୋଇଥିଲା।

- Advertisement -

ନୱାଜ ବୈଠକରେ ପାକ୍‌‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌‌ ଖାନଙ୍କୁ ବି ଟାର୍ଗେଟ କରିଥିଲେ। ସେ କହିଥିଲେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌‌ କ୍ଲିଣ୍ଟନ ପରମାଣୁ କାର୍ଯ୍ୟକ୍ରମ ରୋକିବା ପାଇଁ ୫୦୦ କୋଟି ଡଲାର ଯାଚିଥିଲେ, ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ସେହି ସ୍ଥାନରେ ଯଦି ଇମ୍ରାନ ଥାଆନ୍ତେ, ତେବେ ସେ କ୍ଲିଣ୍ଟନଙ୍କ କଥାରେ ରାଜି ହୋଇଯାଇଥାଆନ୍ତେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories