କଲମପୁର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲ ମଧ୍ୟରେ ଶୁକ୍ରବାର ଜଣେ ଯୁବକଙ୍କ ଗଳିତ ଶବ ଏକ କାଜୁ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଯାହାକୁ ଦେଖି କାଜୁ ସଂଗ୍ରହ କରୁଥିବା ଶ୍ରମିକ ଭୟଭୀତ ହେଇଥିଲେ। ଏହାସହ ତୁରନ୍ତ ଏନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକେ ଏନେଇ କୋକସରା ପୁଲିସକୁ ଖବର ଦେଇଥିଲେ। କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିବା ବେଳେ ଗଳିତ ଶବର କୌଣସି ପରିଚୟ ମିଳିନାହିଁ, ଏନେଇ କୋକସରା ପୁଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି।
Popular Categories



