www.samajalive.in
Thursday, December 11, 2025
14.1 C
Bhubaneswar

ରାସନ ସାମଗ୍ରୀ ଯୋଗାଣ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେଲେ ହିତାଧିକାରୀ

କଲମପୁର: ନୂଆଗାଁ ପଞ୍ଚାୟତର ହିତାଧିକାରୀମାନେ ପଞ୍ଚାୟତଠାରେ ରାସନ ସାମଗ୍ରୀ ଯୋଗାଇ ଦେବା ଦାବି ନେଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୨୦୧୭ ମସିହା ପଂଚାୟତ ପୁନଃ ଗଠନ ସମୟରେ ମଣ୍ଡଳ ପଞ୍ଚାୟତରୁ ନୂଆଗାଁ, ଭାଲୁବୁଟ୍ରା ଏବଂ ବିନ୍ଧାନୀଗୁଡା ଗ୍ରାମକୁ ବାଦ ଦିଆଯାଇଥିଲା। ଏହି ତିନିଗୋଟି ଗ୍ରାମକୁ ନେଇ ନୂତନ ଭାବେ ନୁଆଗାଁ ପଞ୍ଚାୟତ ଗଠନ ହୋଇଥିଲା। ବର୍ତମାନ ନୂଆଗାଁ ପଞ୍ଚାୟତର ନୂତନ କାର୍ଯ୍ୟାଳୟ କୋଠା ସମେତ ଗୋଦାମ ଘର ନିର୍ମାଣ ହୋଇସାରିଛି। କିନ୍ତୁ ପଞ୍ଚାୟତର ହିତାଧିକାରୀଙ୍କୁ ପଞ୍ଚାୟତଠାରୁ ରାସନ ସାମଗ୍ରୀ ଯୋଗାଇବା ପରିବର୍ତ୍ତେ ପୂର୍ବରୁ ଥିବା ମଣ୍ଡଳ ପଞ୍ଚାୟତରୁ ରାସନ ଯୋଗାଇ ଦିଆଯାଉଛି। ରାସନ ଆଣିବା ପାଇଁ ହିତାଧିକାରୀଙ୍କୁ ୫ କିଲୋମିଟର ଯିବାକୁ ହେଉଛି। ଏଥିପାଇଁ ବିଶେଷ ଭାବେ ବୃଦ୍ଧ, ବୃଦ୍ଧାଙ୍କ ସମେତ ଭିନ୍ନକ୍ଷମମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପଞ୍ଚାୟତବାସୀଙ୍କ ପକ୍ଷରୁ ନୂଆଗାଁଠାରେ ରାସନ ସାମଗ୍ରୀ ଯୋଗାଇବ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କେହି ଅଧିକାରୀ ଗୁରୁତ୍ୱ ଦେଇନଥିବାରୁ ଲଛମନ ଚଣ୍ଡି, ଅଚ୍ୟୁତ ମାଝୀ, ନେତ୍ର ମାଝୀ, ଧନସିଂ ହଂସ, ମକରଧ୍ୱଜ କେତକୀ, ଦ୍ରୗପଦୀ ବିଷି, ଯମୂନା ବିଷି, ଓଷା ଚଣ୍ଡି ମକର ଚଣ୍ଡି, ସୁରେଶ ଚଣ୍ଡି, ମୋହନ ନିଆଲ ପ୍ରମୁଖ ବହୁ ହିତାଧିକାରୀ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେଇ ଧରଣାରେ ବସି ରହିଛନ୍ତି। ଅପରାହ୍ନ ୪ଟା ସୁଦ୍ଧା କେହି ଅଧିକାରୀ ନୂଆଗାଁଠାରେ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories