www.samajalive.in
Friday, December 12, 2025
14.1 C
Bhubaneswar

ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କଲମପୁର: ଗୁରୁବାର ପଣ୍ଡିଗାଁ ପଞ୍ଚାୟତ ପକ୍ଷରୁ ପଣ୍ଡିଗାଁ ସାପ୍ତାହିକ ବଜାର ପଡିଆ ଠାରେ ସରପଞ୍ଚ କବିତା ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମକୁ ତହସିଲଦାର ସ୍ମରଣୀକା ତୁଳ ଉଦଘାଟନ କରିଥିଲେ। ପରବର୍ତ୍ତି ସମୟରେ ଧର୍ମଗଡ ବିଧାୟକ ମୌଷଧି ବାଗ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମଉକ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ବିଜମରା ସରପଞ୍ଚ ବାଳକୃଷ୍ଣ ମାଝୀ, ଦେପୁର ସରପଞ୍ଚ ଟ୍ୱିଙ୍କଲ ପାତ୍ର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସ୍ମୃତୀ ରଞ୍ଜନ ସେଠୀ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପାରିଦର୍ଶିକା ବାସନ୍ତୀ ନାୟକ, ପଣ୍ଡିଗାଁ ସମିତି ସଭ୍ୟା ଟିକେମଣି ହଂସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା କଲମପୁର ଅଂଚଳରେ ଚାଲିଥିବା ବିଭିନ୍ନ ଜନହିତକର ପ୍ରକଳ୍ପ ନେଇ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ମହିଳା ଓଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆୟୋଜିତ କିଶୋରୀ ମେଳାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୂରସ୍କୃତ କରିଥିଲେ। ଏହାସହ ଚାଷକ୍ଷେତ୍ରରେ ଉଲ୍ଲେକନୀୟ ଅବଦାନ ପାଇଁ ଚାଷୀ ଭବାନୀଶଙ୍କର ବେହେରା, ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପାତ୍ରବସା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ମିଶ୍ର ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ଘୁମୁରା, ସହ ସ୍ତାନୀୟ ଅଂଚଳର କୁନି କୁନି କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ। ପଞ୍ଚୟତ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର ଏବଂ ଗ୍ରାମ ରୋଜଗାର ସେବକ ପ୍ରତାପ କୁମାର ପଣ୍ଡା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଇନ୍ଦ୍ରାବତୀ ଜଳ ସେଚନ, ସ୍ୱାସ୍ତ୍ୟ ଓ ପରିବାର କଲ୍ୟା, ମହିଳା ଓ ଶିଶୁ ବିକାଶ, ଶିକ୍ଷା ସମଗ୍ର, ମଶନ ଶକ୍ତି, କୃଷି,ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଏବଂ ପଶୁପାଳନ ବିଭାଗ ପକ୍ଷରୁ ବିଭିନ୍ ପ୍ରଦର୍ଶନୀ ମଣ୍ଡପମାନଙ୍କରେ ଲୋକ ହିତକର ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇଥିଲ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାରଙ୍କ ସମେତ ପଞ୍ଚାୟତ ପ୍ରତିନିଧିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories