www.samajalive.in
Saturday, December 6, 2025
26.1 C
Bhubaneswar

ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ; ଦାବିପତ୍ର ପ୍ରଦାନ

କଲମପୁର : ଧର୍ମଗଡ ଉପକଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ସହ କଲମପୁର ବ୍ଲକକୁ ଉପଖଣ୍ଡ ମାନ୍ୟତା ଦାବି ଏବେ ଜୋର ଧରିଛି। ମଙ୍ଗଳବାର ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଅନୁରୋଧ କ୍ରମେ କଲମପୁର ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ସହ କଲମପୁର ବ୍ଲକକୁ ଏକ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ମଙ୍ଗଳବାର ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ତଥା କଲମପୁର ଅଂଚଳର ଯୁବ ନେତା ବିଜୟ ଦେବ ସାହୁଙ୍କ ନେତୃତ୍ୱରେ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କଲମପୁର ତହସିଲଦାରଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦନ କରାଯାଇଛି। ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଧର୍ମଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା ଆନ୍ଦୋଳନ ଜାରି ରହିଛି। ଆଜି ଏହି ଆନ୍ଦୋଳନ ୩୭ ଦିନରେ ପହଂଚି ସାରିଛି। ଏ ଅବସରରେ କଲମପୁର ବ୍ଲକ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ଅବସରରେ ବିଜୟ ଦେବ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଦଳମତ ନିର୍ବିଶେଷରେ ସମସ୍ତ ଅଂଚଳବାସୀ ଧର୍ମଗଡ ନୁତନ ଜିଲ୍ଲା ଗଠନ ନେଇ ଦାବି କରିଛନ୍ତି।
ନବୀନ କୁମାର ପଣ୍ଡା, ଶୁସାନ୍ତ ବିହାରୀ, କମଳ ବାଗ, ବିଜୟ କୁମାର ପଣ୍ଡା, ନୀଳକଣ୍ଠ ସୁନାନୀ, ପୁଣ୍ଡରୀକାକ୍ଷ ନାଏକ, ଚତୁର୍ଭୁଜ ପଣ୍ଡା, ଚେରୁ ନାଏକ, ଭଗବାନ ବିହାରୀ, ଗଣେଶ ଚନ୍ଦ୍ର ପଣ୍ଡା, କ୍ଷିରୋଦ ଚନ୍ଦ୍ର ନାଏକ, ଯୁଦେ୍ଧଷ୍ଟି ମାଝୀ, ଘନଶ୍ୟାମ ନାଏକ, ହରେକୃଷ୍ଣ ସାହୁ, ସୌରଭ କୁମାର ବେହେରା, ଦୈତାରୀ ବେରିକ, ହେମନ୍ତୁ କୁମାର ବାରିକ, ହିତେଶ କୁମାର ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଅଂଚଳର ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାର ରୁଦ୍ରମୋହନ ନାୟକଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ଚନ୍ଦ୍ର ଶେଖର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ସହ କଲମପୁର ବ୍ଲକକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି। ଧର୍ମଗଡ ଉପଖଣ୍ଡରେ ଧର୍ମଗଡ ସମେତ ଜୟପାଟଣା, କୋକସରା, କଲମପୁର ଗୋଲାମୁଣ୍ଡା ଓ ଜୁନାଗଡ ବ୍ଲକ ସମେତ ଧର୍ମଗଡ ଏବଂ ଜୁନାଗଡ ବିଜ୍ଞାପିତ ଅଂଚଳ ପରିଷଦ ରହିଛି। ତେଣୁ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାର ସମସ୍ତ ଭିତିଭୂମି ରହିଥିବାରୁ ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ଅନ୍ୟପଟେ ଜୁନାଗଡ ରାଜତନ୍ତ୍ର ସମୟର ଏକ ରାଜଧାନୀ ତେଣୁ ଜୁନାଗଡ ବ୍ଲକ ପକ୍ଷରୁ ମଧ୍ୟ ଜୁନାଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଆନ୍ଦୋଲନ ଜାରି ରହିଛି। ଅନ୍ୟପଟେ ମାଁ ଇନ୍ଦ୍ରାବତୀ ପାଇଁ ଧର୍ମଗଡ ଉପଖଣ୍ଡର ଆର୍ଥିକ ବିକାଶ ସାଧିତ ହେଇଛି। ଇନ୍ଦ୍ରାବତୀ ଅଂଚଳବାସୀଙ୍କ ଜୀବନ ରେଖା। ଜୟପାଟଣା ଠାରେ ଇନ୍ଦ୍ରାବତୀ ଜିଲ୍ଲା ଗଠନ ଦାବି ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଉଛି। ତେଣୁ ଇନ୍ଦ୍ରାବତୀ ଜିଲ୍ଲା ମାନ୍ୟତା ଦେବୀ ନେଇ ଅନ୍ୟ ଏକ ଆନ୍ଦୋଳନ ମୁଣ୍ଡ ଟେକିବାର ଆଶଙ୍କା କରାଯାଉଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories