www.samajalive.in
Sunday, December 14, 2025
14.1 C
Bhubaneswar

ଜବରଦଖଲରେ ଗାଁ ରାସ୍ତା, ପ୍ରତିକାର ପାଇଁ ତହସିଲଦାରଙ୍କୁ ନିବେଦନ

କଲମପୁର:ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି। ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି।କୌଣସି ଆପାତକାଳୀନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ। ତେଣୁ ତୁରନ୍ତ ଜବରଦଖଲରେ ଥିବା ରାସ୍ତକୁ ଜବରଦଖଲ ମୁକ୍ତ କରିବା ପାଇଁ ଶନିବାର କଲମପୁର ତହସିଲଦାରଙ୍କ ଦ୍ୱାରସ୍ଥ ହେଇଛନ୍ତି ତେନ୍ତୁଳିଖୁଣ୍ଟି ଗୌନ୍ତିଆପଡା ବାସିନ୍ଦା।
ସୂଚନା ଅନୁସାରେ କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାରୁ ତେନ୍ତୁଳିଖୁଣ୍ଟି ଗୌନ୍ତିଆପଡା ପାଇଁ ରହିଥିବା ଗଳି ରାସ୍ତା କିଛି ଜବରଦଖଲକାରୀଙ୍କ କବଜାରେ ରହିଛି। ଫଳରେ ରାସ୍ତାଟି ଏେବ ସଙ୍କିର୍ଣ୍ଣ ହୋଇଯିବା ସହ ସମସ୍ତ ମଇଳା ପାଣି ଓ ଆବର୍ଜନା ଜମି ରହୁଛି। ସେଥିପାଇଁ ଏହି ରାସ୍ତା ଦେଇ ଯାତାୟତ ପାଇଁ ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାସହ କୌଣସି ଆପତକାଳୀନ ସମୟରେ ଯାନ ବାହାନ ଯାତାୟତ ନିମନ୍ତେ ସମସ୍ୟା ସୃଷ୍ଟି ହେଉଛି ଏବଂ ଏହି ପଡାର ୩୦ ପରିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଉପରେ ଜବର ଦଖଲ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜବର ଦଖଲମୁକ୍ତ ପାଇଁ ସତ୍ୟଭାମା ପଟେଲ, ତନୟା ପଟେଲ, ପୂର୍ଣ୍ଣମୀ ପଟେଲ, ଡାଳିମ୍ବ ପଟେଲ, ସଂଚିତା ପଟେଲ, ସରିତା ପଟେଲ, ଲିପି ପଟେଲ ପ୍ରମୁଖ ମହିଳାଙ୍କ ସମେତ ଚିଦାନନ୍ଦ ପଟେଲ, ହରେକୃଷ୍ଣ ପଟେଲ, ରୁଦ୍ରପ୍ରସାଦ ପଟେଲ, ଗୁପ୍ତେଶ୍ୱର ପଟେଲ ହିରାଧର ପଟେଲ ବୈଷ୍ଣବ ପଟେଲ ଗୋପାଲ ପଟେଲ, ଅଜୟ ପଟେଲ ପ୍ରମୁଖ ଗ୍ରାମବାସୀ ତହସିଲଦାର ରୁଦ୍ରମୋହନ ନାୟକଙ୍କୁ ସାକ୍ଷାତ କରିବା ସହ ତୁରନ୍ତ ରାସ୍ତାକୁ ଜବରଦଖଲମୁକ୍ତ ପାଇଁ ଅନୁରୋଧ କରିଥିଲେ। ତହସିଲଦାର ଶ୍ରୀ ନାୟକ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯାଇ ଆସନ୍ତା ୫ ତାରିଖ ଦିନ ସ୍ଥାନୀୟ ପୁଲିସ ଏବଂ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ ପରିଦର୍ଶକ ଏବଂ ରାଜସ୍ୱ ନିରୀକ୍ଷକ ମାଧ୍ୟମରେ ଉକ୍ତ ରାସ୍ତାର ଚିହ୍ନଟ ପରେ ଜବରଦଖଲମୁକ୍ତ କରାଯିବ ବୋଲି ଗ୍ରାମବାସୀଙ୍କୁ କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories