www.samajalive.in
Sunday, December 7, 2025
26.1 C
Bhubaneswar

ନାବାଳିକାଙ୍କୁ ଅଶୋଭନୀୟ ଆଚରଣ; ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର : କଲମପୁର ଥାନା ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜଣେ ନାବାଳିକାଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଜନୈକ ଅଭିଯୁକ୍ତକୁ ଗିରଫ କରି ଭବାନୀପାଟଣା ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ, କଲମପୁର ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଇଛାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମାଝୀ ନାମକ ଜନୈକ ଯୁବକ ଅଶୋଭନୀୟ ଆଚରଣ କରିଥିଲେ। ଏନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର କଲମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ୯୧/୨୦୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରାଯାଇଥିଲା। ସମ୍ପୃକ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଏହପରେ ମଙ୍ଗଳବାର ସମ୍ପୃକ୍ତ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯିବା ପରେ ଅପରାହ୍ନରେ ଭବାନୀପାଟଣା ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ, କଲମପୁର ଥାନା ଅଞ୍ଚଳରେ ରୀତିମତ ଏଭଳି ନାବାଳିକା କିଛି ଯୁବକଙ୍କ ଅଶୋଭନୀୟ ଆଚରଣର ଶିକାର ହେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories