www.samajalive.in
Saturday, December 6, 2025
15.1 C
Bhubaneswar

ହ୍ରାସ ପାଉଛି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

କଲମପୁର  : ଆଶାନୁରୂପକ ବୃଷ୍ଟିପାତର ଅଭାବ । ୨ସେପ୍ଟେମ୍ବର ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ୬୩୧.୪୫ । ଯାହା ସେପ୍ଟେମ୍ବର ସୁଦ୍ଧା ଏହା ସର୍ବ ନିମ୍ନସ୍ତର । ଗତ ବର୍ଷ ତୁଳନାରେ ଜଳସ୍ତର ୯.୧୫ ମିଟର କମ୍ ରହିଛି । ଏଭଳି ସ୍ଥିତିରେ ଖରିଫ ଜଳ ସେଚନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯେଉଁଥିପାଇଁ ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ଜଳ ସେଚନ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହାସହ ଚାଷୀଙ୍କୁ ସଚେତନ କରିବା ପାଇଁ ମାଇକ ମାଧ୍ୟମରେ ଘୋଷଣା କରାଯାଇଛି। କିନ୍ତୁ ଏଭଳି ସ୍ଥିତିରେ ହାତୀ ନଦୀ ମଙ୍ଗଳପୁର ବ୍ୟାରେଜରୁ ଅନବରତ ଭାବେ ହାତୀ ନଦୀ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ ଇନ୍ଦ୍ରାବତୀ ବହୁମୁଖି ଜଳ ପ୍ରକଳ୍ପର ପ୍ରାଥମିକ ଦାଇତ୍ୱ ଚାଷ ଜମିକୁ ଜଳ ସେଚନ ଯୋଗାଇବା। କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବ କାରଣରୁ ସମଗ୍ର କଳାହାଣ୍ଡିରେ ମରୁଡିର ସ୍ଥିତି ଉପୁଜି ସାରିଛି। ଅନେକ ଚାଷ ଜମି ଶୁଖି ଫାଟି ଆଁ କଲାଣି। ଏଭଳି ସ୍ଥିତିରେ ଚାଷୀ ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ଜଳ ସେଚନକୁ ଭରସା କରିଛନ୍ତି। କିନ୍ତୁ ପରିତାପର ବିଷୟ ଇନ୍ଦ୍ରାବତୀ ଭଣ୍ଡାରର ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ ଚାଷୀ ଇନ୍ଦ୍ରାବତୀରୁ ଜଳ ସେଚନ ପାଇବା ଆଶା ଏବେ ମଉଳିବାରେ ଲାଗିଛି। ଇନ୍ଦ୍ରାବତୀ ଜଳସେଚନ ବିଭାଗ ଖରିଫ ଚାଷ ପାଇଁ ସମସ୍ତ କେନାଲ ମାଧ୍ୟମରେ ଚାଷୀଙ୍କୁ ପର୍ଯ୍ୟାୟକ୍ରମେ ଜଳ ସେଚନ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଜଳକୁ ସଂରକ୍ଷଣ କରି ରଖିବା ପରିବର୍ତେ ରିତିମତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଇ ହାତୀ ନଦୀ ମାଧ୍ୟମରେ ବଳକା ଜଳ ନିଷ୍କାସନ କରାଯାଉଛି। ଯାହା ଦ୍ୱାରା ଆଗାମୀ ଦିନରେ ଜଳ ସେଚନ ମଧ୍ୟ ଠପ୍ ହେଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ପ୍ରତିବଦଳରେ ଚାଷ ଜମିକୁ ଜଳ ସେଚନ ନଯୋଗାଇ ରିତୀମତ ହାତୀ ନଦୀ ମାଧ୍ୟମରେ କାହା ସ୍ୱାର୍ଥ ସାଧାନ ପାଇଁ ଜଳ ନିଷ୍କାସନ କରୁଛନ୍ତି ବୋଲି ଚାଷୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ହାତୀ ନଦୀ ଦେଇ ତେଲ ଏବଂ ମହାନଦୀରେ ଜଳ ପ୍ରବାହିତ କରି ବିଭିନ୍ନ କମ୍ପାନୀଙ୍କ ଜଳ ଯୋଗାଉଥିବା ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଇନ୍ଦ୍ରାବତୀ ବହୁମୁଖି ଜଳପ୍ରକଳ୍ପ ଏଭଳି କାର୍ଯ୍ୟ ବନ୍ଦ ନହେଲେ
ଆଗାମୀ କିଛି ଦିନ ମଧ୍ୟରେ ସମଗ୍ର କଳାହାଣ୍ଡିରେ ଚାଷୀଙ୍କ ଆନ୍ଦୋଳନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories