www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରେମରେ ପ୍ରତାରଣା; ଅଭିଯୁକ୍ତ ଅଟକ

କଲମପୁର: ପ୍ରଥମେ ପ୍ରେମ, କିଛିଦିନ ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ଓ ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରେମିକା ଜଣକ ଗର୍ଭବତୀ ହୁଏ ସେତେବେଳେ ପ୍ରେମିକ ଜଣକ ପ୍ରତାରଣା କରି ଦୂରେଇ ଯାଏ। ଯାହାକୁ ନେଇ ପୁଲିସରେ ହୋଇଛି ଅଭିଯୋଗ। ପୁଲିସ ଏକ ମାମଲା ରୁଜୁ କରି କଥିତ ପ୍ରେମିକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଏହି ଘଟଣା ଏବେ କଲମପୁର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁସାରେ, କଲମପୁର ଥାନା ଅଞ୍ଚଳର ଜଣେ ୧୪ ବର୍ଷିୟ ଦଳିତ ବର୍ଗର ନାବାଳିକାଙ୍କ ସହ ପାତ୍ରବସା ଗ୍ରାମର ରିତେଶ ରାଉତ ନାମକ ଜନୈକ ଯୁବକ ପ୍ରେମ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଯୁବକ ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣକ ଏବେ ୫ମାସର ଗର୍ଭବତୀ। ନାବାଳିକା ଜଣକ ଗର୍ଭବତୀ ହେବା ନେଇ ଜାଣିବା ପରେ ବିବାହ କରିବା ପାଇଁ ଅମଙ୍ଗ ହେବା ସହ ଏଡ଼ାଇ ଚାଲିଥିଲେ ଯୁବକ। ଯାହାକୁ ନେଇ ନାବାଳିକା ଜଣକ ନିଜ ପରିବାର ସହ ନ୍ୟାୟ ଭିକ୍ଷା ପାଇଁ କଲମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନା ଅଧିକାରୀ ଯୁଗଳ ଶବର ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏକ ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ କଲମପୁର ଅଂଚଳର ଅନ୍ୟ ଜଣେ ନାବାଳିକା ନିଜ ସମ୍ପର୍କୀୟ ଭାଇର ପ୍ରେମଜାଲରେ ଫସି ଯାଇ ୮ ମାସର ଗର୍ଭବତୀ ହେଇଥିଲେ। ସମ୍ପର୍କୀୟ ଭାଇ ଫେରାର ମରିଥିବା ବେଳେ ନାବାଳିକା ଜଣକ ଏକ ଶିଶୁକୁ ଜନ୍ମ ଦେଇ ଅସହାୟ ଅବସ୍ଥାରେ ରହିଛନ୍ତି। ଯୁବକ ଜଣକ ଏବେ ମଧ୍ୟ କେଉଁଠି ଆତ୍ମଗୋପନ କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories