www.samajalive.in
Saturday, December 6, 2025
26.1 C
Bhubaneswar

ପୋଲରେ ଗର୍ତ ; ଦୁର୍ଘଟଣାକୁ ହାତ ଠାରି ଡାକୁଛି କଦଳିଚୁଆଁ ଛକ

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ଦୂରତ୍ୱ ୩୨ କିଲୋମିଟର। ଗତ ୨୦୧୪/୧୫ ଆର୍ଥିକ ବର୍ଷରେ ପ୍ରାୟ ୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ କରାଯାଇଥିଲା। ନିର୍ମାଣ ହୋଇଥିଲା ଅନେକ ଛୋଟ ବଡ ପୋଲ। ପୁଣି ହୋଇଥିଲା ପୋଲ ଓ ରାସ୍ତାର ସଂପ୍ରସାରଣ। କିନ୍ତୁ ଏହି ରାସ୍ତାର କଦଳିଚୁଆଁ ଛକ ସ୍ୱାଗତ ଢାବା ସମ୍ମୁଖରେ ଥିବା ଏକ ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ। ଏହି ପୁରୁଣା ପୋଲର ନିର୍ମାଣ ଦିଗରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗ ଗୁରୁତ୍ୱ ଦେଇନଥିବାରୁ ପୋଲରେ ଏବେ ଗର୍ତ ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହା ବାଇକ ଚାଳକଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ।  ବହୁ ଦୁର୍ଘଟଣାର ମଧ୍ୟ କାରଣ ପାଲଟିଛି।
ସୂଚନା ଯୋଗ୍ୟ ଯେ, ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଯୋଗୁଁ ଭବାନିପାଟଣା ଥୁଆମୁଳ ରାମପୁର ରାସ୍ତାର ପୋଲ ଭାଙ୍ଗି ଯାଇଥିଲା। ପୁଣି କଲମପୁର ଜୁନାଗଡ, କଲମପୁର ଥୁଆମୁଳ ରାମପୁର ରାସ୍ତାର ଅନେକ ପୋଲର ଅବସ୍ଥା ଦୟନୀୟ। କେତେବେଳେ ପୁଣି ଥୁଆମୁଳ ରାମପୁର ରାସ୍ତାର ଘଟଣାର ପୁନରାବୃତି ନହେବ ସେନେଇ ନିଶ୍ଚିତ ହେବା ସମ୍ଭବ ନୁହେଁ। ତେଣୁ ବେଳ ଥାଉ ଥାଉ ତାର ମରାମତି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ତେଣୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ସମେତ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories