www.samajalive.in
Saturday, December 6, 2025
14.1 C
Bhubaneswar

କଲମପୁର ପ୍ରାଥମିକ କୃଷି ସମବାୟ ସମିତିରୁ ରବିଧାନ ସଂଗ୍ରହ ଆରମ୍ଭ 

କଲମପୁର : କଲମପୁର ପ୍ରାଥମିକ କୃଷି ସମବାୟ ସମିତିରୁ ଶୁକ୍ରବାର ରବିଧାନ ସଂଗ୍ରହ ଆରମ୍ଭ କରାଯାଇଛି। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଲାଇନିଂ କାର୍ଯ୍ୟ ପାଇଁ ରବି ଜଳ ସେଚନ ବନ୍ଦ ରହିଛି। କିନ୍ତୁ ଏହି ଅଂଚଳର କିଛି ଚାଷୀ ହାତୀ ନଦୀରୁ ଉଠା ଜଳ ସେଚନ ଏବଂ ଅନ୍ୟ କିଛି ଚାଷୀ ଗଭିର ନଳକୁପ ଏବଂ ନାଳର ପାଣିକୁ ବିନିଯୋଗ କରି ରବି ଧାନ ଚାଷ କରିଥିଲେ। ପାତ୍ରବସା, ପଣ୍ଡିଗାଁ, ପୋଟେସ, ବରଦୋଳି, ମାଟିଖାଲ, ବିରିପୁର, କର୍ମେଲ, ଜାମପଡା, ଘୋଡାବନ୍ଧା, ଶାଗବାରୀ, ଗଞ୍ଜେଇଗୁଡା, ଘର୍ଲା, ଦେପୁର ଏବଂ ବଙ୍କାପଲାର ମାତ୍ର ୧୪୩ ଜଣ ଚାଷୀ ରବି ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରାଇଥିଲେ। ଏହି ଚାଷୀଙ୍କ ଠାରୁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାର ସମ୍ଭାବନା ରହିଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ୭,୩୦୦ କ୍ୱିଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଦିଆଯାଇଛି। ଏହି ମଣ୍ଡିରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ଉଠାଣ କିରିବା ପାଇଁ ବାବୁକେନ୍ଦୁଗୁଡାର ଶ୍ରୀକ୍ରିଷ୍ଣା ରାଇସ ମିଲ ଏବଂ ନୀଳକଣ୍ଠ ରାଇସ ମିଲକୁ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନରେ ୮ ଜଣ ଚାଷୀଙ୍କ ଠାରୁ ୫୨୫ କ୍ୱିଣ୍ଟାଲ ଧାନ ଉଠାଣ କରାଯାଇଛି। ଯାହା ଶ୍ରୀକ୍ରିଷ୍ଣା ରାଇସ ମିଲ ସଂଗ୍ରହ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories