www.samajalive.in
Saturday, December 6, 2025
26.1 C
Bhubaneswar

ପାନୀୟ ଜଳ ପାଇଁ ଡହଳ ବିକଳ ପୋଟେସ କଲୋନୀପଡ଼ାବାସୀ

କଲମପୁର: ଗୋଟିଏ ପଟେ ଲିଟିଜୋର ଅନ୍ୟପଟେ କୁଲେଇଜୋର। ମଝିରେ ରହିଛି ପୋଟେସ ରାଜସ୍ୱ ଗ୍ରାମ। କିନ୍ତୁ ଏହି ଗାଁର କଲୋନୀପଡ଼ାବାସୀଙ୍କୁ ମିଳୁନି ଆବଶ୍ୟକ ମୁତାବକ ପାନୀୟ ଜଳ। ଜଳକଷ୍ଟ ଏମାନଙ୍କ ସବୁଦିନର ସାଥି ପାଲଟିଛି। କେହି ମଧ୍ୟ ଏମାନଙ୍କ ଜଳକଷ୍ଟ ଦୂର କରିବା ପାଇଁ ପଦକ୍ଷେପ ନେଉନାହାନ୍ତି।

ପୋଟେସ କଲୋନୀପଡ଼ାରେ ତଫସିଲଭୁକ୍ତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ପ୍ରାୟ ୨୫ ପରିବାର ବସବାସ କରନ୍ତି। ଜନସଂଖ୍ୟା ପ୍ରାୟ ଦେଢଶହ। ଗତ ୯୦ ଦଶକରେ ତତ୍କାଳୀନ ସରକାରଙ୍କ ଉଦ୍ୟମରେ ଏହି କଲୋନୀ ସ୍ଥାପିତ ହେଇଥିଲା। ହାତୀ ନଦୀରେ ଲୀନ ହୋଇସାରିଥିବା ବିରିପୁର ହାତୀ ନଦୀ ଡଙ୍ଗାଘାଟ ପଡ଼ା ହାତୀ ନଦୀରେ ଲୀନ ହେଇଯିବା ପରେ ସେଠାରେ ରହୁଥିବା କିଛି ପରିବାରଙ୍କ ସମେତ ଗୃହହୀନ ପରିବାରଙ୍କୁ ଏହି କଲୋନୀରେ ଥଇଥାନ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ପୋଟେସ ରାଜସ୍ୱ ଗ୍ରାମରେ ପୋଖରୀ ନଥିବାରୁ ଲୋକେ ସ୍ନାନ ଶୌଚାଦି ପାଇଁ ଲିଟିଜୋର ଉପରେ ନିର୍ଭର କରନ୍ତି। କିନ୍ତୁ ଗ୍ରୀଷ୍ମ ତାପ ପ୍ରଭାବ କାରଣରୁ ଉଭୟ କୁଲେଇଜୋର ଏବଂ ଲିଟିଜୋର ଏବେ ଶୁଷ୍କ। ଏଭଳି ସ୍ଥିତିରେ ଲୋକେ ପାନୀୟଜଳ ପାଇଁ ଏକମାତ୍ର ନଳକୂପକୁ ଭରସା କରୁଥିବା ବେଳେ ଗ୍ରୀଷ୍ମ ଦିନେ ସ୍ନାନ ଶୌଚାଦି ପାଇଁ ମଧ୍ୟ ନଳକୂପକୁ ଭରସା କରୁଛନ୍ତି। କିନ୍ତୁ ଲୋକଙ୍କ ଆବଶ୍ୟକତା ମୁତାବକ ନଳକୂପର ବ୍ୟବସ୍ଥା ନାହିଁ। ଗୋଟିଏ ମାତ୍ର ନଳକୂପ ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ସକ୍ଷମ ହେଉନାହିଁ। ବର୍ତମାନ ଗ୍ରୀଷ୍ମ ତାପ ବୃଦ୍ଧି ଘଟୁଥିବାରୁ ଦ୍ୱିଗୁଣିତ ହୋଇଛି ଜଳ କଷ୍ଟ। ତେଣୁ ଅନ୍ୟ ଏକ ନଳକୂପ ଯୋଗାଇବା ପାଇଁ ଦାବି କରିଛନ୍ତି କଲୋନୀପଡ଼ାବାସୀ।

- Advertisement -

ବର୍ତମାନ ଏହି କଲୋନୀର ଅନେକ ଘର ବିପର୍ଯ୍ୟସ୍ତ। ପୁଣି ଅନେକଙ୍କ ପରିବାର ସଂଖ୍ୟା ବୃଦ୍ଧି ଘଟି ସାରିଛି। କିନ୍ତୁ ଅନେକ ପରିବାରର ଆର୍ଥିକ ସ୍ଥିତିରେ କୌଣସି ପରିବର୍ତନ ହୋଇପାରି ନାହିଁ। ସେମାନଙ୍କ ଘର ସଜାଡିବା ପାଇଁ ସମ୍ବଳର ଅଭାବ। ତେଣୁ ସରକାର ପୁନଃ ଏକ ବିକାଶର ମଡେଲ କରି ସମସ୍ତ କଲୋନୀ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଘର ତିଆରି ବ୍ୟବସ୍ଥା କଲେ କଲୋନୀବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ଏହି ବିକାଶ ମଡେଲ ଦ୍ୱାରା ଲୋକଙ୍କ ପାନୀୟ ଜଳ, ବିଦ୍ୟୁତ୍‌‌, ରାସ୍ତା ଏବଂ ଶିକ୍ଷାର ବ୍ୟବସ୍ଥା ସୁଧୁରି ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories