www.samajalive.in
Saturday, December 6, 2025
15.1 C
Bhubaneswar

କଳାହାଣ୍ଡି ବିକାଶ ପରିଷଦର ଜନ ଜାଗରଣ ଅଭିଯାନ

କଲମପୁର : ସାମଗ୍ରିକ ଭାବେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟ ନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଆରମ୍ଭ ହେଇଛି ଜନ ଜାଗରଣ ଅଭିଯାନ‘ଗାଁକୁ ଚାଲ’। ଏହି ଜନ ଜାଗରଣ ଅଭିଯାନ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରାଯାଇଛି। କଳାହାଣ୍ଡିର ଚାଷୀ ଏବେ ଅବହେଳିତ, ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦର ଏହି ଅଭିଯାନ। ଶିଳ୍ପ ସମୃଦ୍ଧ କଳାହାଣ୍ଡି, ସବୁଜ ସୁନ୍ଦର କଳାହାଣ୍ଡି ଶିକ୍ଷିତ କଳାହାଣ୍ଡି ଭଳି ବାର୍ତା ନେଇ ପ୍ରତିଦିନ ସଚେତନତା ଯାତ୍ରା ସହ ପଥ ପ୍ରାନ୍ତ ସଭାର ଆୟୋଜନ କରାଯାଉଛି।
କଲମପୁର ବ୍ଲକ ଅଧିନସ୍ଥ ବିଜମରା ମଣ୍ଡଳ ଠାରେ ଉକ୍ତ ଜନ ଜାଗରଣ ଅଭିଯାନ ପହଂଚିବା ପରେ ଅଂଚଳବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇ ବିଜମରା ମଣ୍ଡଳର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଅରୁଣ କୁମାର ପଣ୍ଡା, ଘନ ଶ୍ୟାମ ନାଏକ, ପୁଣ୍ଡରୀକାକ୍ଷ ନାଏକ, ଗୋକୁଳ ଚନ୍ଦ୍ର ପାଣିଗ୍ରାହୀ, ବଡକୁଟୃ ସମିତି ସଭ୍ୟ ବିକ୍ରମ କେଶରୀ ନାଏକ, ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା, ପ୍ରଦ୍ୟୁମ୍ନ ନିଆଲ ପ୍ରମୁଖ ଅଂଚଳବାସୀଙ୍କ ସହ ଅଂଚଳର ବିକାଶ ଓ ସମସ୍ୟା ନେଇ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଯୋଜନାର କିଭଳି ସଦବିନିଯୋଗ ହେଇ ପାରିବ ହିତାଧିକାରୀ ମାନେ ଉପକୃତ ହେଇ ପାରିବେ ସେନେଇ ବୁଝାଇଥିଲେ। ସବିତା ନାଏକଙ୍କ ସହ ଅଂଚଳର ବହୁ ମହିଳାଙ୍କ ସହ ସେମାନଙ୍କ ଉନ୍ନତି ନେଇ ଆଲୋଚନା କରିଥିଲେ। ଅଂଚଳର ବରିଷ୍ଠ ନାଗରୀକ ମାନଙ୍କ ସହ ଅଂଚଳର କିଭଳି ବିକାଶ କରାଯାଇ ପାରିବ ସେନେଇ ପରାମର୍ଶ ଲୋଡିଥିଲେ। ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ, ପରିବହନ, ଶିଳ୍ପ ସମୃଦ୍ଧ, ଜିଲ୍ଲାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ସର୍ବୋପରି ସବୁଜ ସୁନ୍ଦର କଳାହାଣ୍ଡି ଗଢିବାର ପରିକଳ୍ପନା ନେଇ ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ସୁନୀତି ମୁଣ୍ଡ ମତବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories