www.samajalive.in
Saturday, December 6, 2025
23.1 C
Bhubaneswar

ପଂଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀ ଶିବିର

କଲମପୁର : ସୋମବାର କଲମପୁର ବ୍ଲକ ଅଧିନସ୍ଥ ପଣ୍ଡିଗାଁ ପଂଚାୟତ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି ଯୋଗଦେଇ ହିତାଧିକାରୀ ମାନଙ୍କ ଅଭିଯୋଗ ଶୁଣି ଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ସରପଂଚ କବିତା ଜୈନ ଅଧ୍ୟକ୍ଷତା କରିଥିବା ବେଳେ ସମିତି ସଭ୍ୟା ଟିକେମଣୀ ହଂସ, ନାଏବ ସରପଂଚ ହେମଲତା ନାଏକଙ୍କ ସମେତ ବ୍ଲକର ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଜନ ଶୁଣାଣୀ ଶିବିରରେ ଆବାସ ଯୋଜନାରେ ସାମିଲ ହେବା ନେଇ ସର୍ବାଧିକ ୧୧୫ ଗୋଟି ଅଭିଯୋଗ ପତ୍ର ଦାଖଲ ହେଇଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଗୋଟିଏ ମାତ୍ର ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ସେହିଭଳି ମନରେଗା ଯୋଜନା ସମ୍ବନ୍ଧିତ ଗୋଟିଏ ଏବଂ ଖେଳ ପଡିଆ ପ୍ରତିଷ୍ଠା ସମ୍ବନ୍ଧରେ ଗୋଟିଏ ଅଭିଯୋଗ ଆସିଥିଲା। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧକାରୀ ଜିତେନ୍ଦ୍ର କୁମାର ନାଏକ, ଗ୍ରାମ ରୋଜଗାର ସେବକ ପ୍ରତାପ କୁମାର ପଣ୍ଡାଙ୍କ ସମେତ ପଂଚାୟତର ଜନ ପ୍ରତିନିଧି ମାନେ ଏହି ଜନ ଶୁଣାଣୀ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories