www.samajalive.in
Sunday, December 14, 2025
23.1 C
Bhubaneswar

ବ୍ଲକସ୍ତରୀୟ କିଶୋରୀ ବାଳିକା ସ୍ୱାସ୍ଥ୍ୟ ମେଳା

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବଙ୍କାପଲା ସ୍ଥିତ କସ୍ତୁରୀବା ଗାନ୍ଧୀ ଆବାସୀକ ବାଳିକା ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କିଶୋରୀ ବାଳିକା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏପରିକି ସେମାନଙ୍କ ଆବଶ୍ୟ ମୂତବକ ଔଷଧ ପ୍ରଦାନ କରାଯାଇଥିଲା। ବିଶେଷ କରି କିଶୋରୀ ବାଳିକାଙ୍କ ମଧ୍ୟରେ ଥିବା ପୃଷ୍ଟିକର ଖାଦ୍ୟ ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। କିଶୋରୀ ମାନଙ୍କ ମଧ୍ୟରେ ରକ୍ତହୀନତା ଅନ୍ୟ ଏକ ସମସ୍ୟା।

ଯାହାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଏହାର ସମାଧାନ ପାଇଁ ପୃଷ୍ଟିକର ଖାଦ୍ୟର ଯେତିକି ଆବଶ୍ୟକତା ସେତିକି ଆବଶ୍ୟକତା କୃମି ନାଶକ ଉପରେ ଗୁରୁତ୍ୱ ଦେବା। କୃମି ରୋଗରେ ଆକ୍ରାନ୍ତ ହେଲେ ମସ୍ତିଷ୍କ, ଶାରିରୀକ ଏବଂ ରକ୍ତ କଣିକା ବିକାଶରେ ବାଧକ ଦେଖାଦିଏ। ତେଣୁ ପ୍ରଥମତଃ କୃମିନାଶକ ଉପରେ ଗୁରୁତ୍ୱ ଦେଲେ ଏହାର ସହଜ ସମାଧାନ ହେଇ ପାରିବ। ସେହିଭଳି ପରିସ୍କାର ଓ ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ପାଇଁ ଏହି ସ୍ୱାସ୍ଥ୍ୟ ମେଳା ଅବସରରେ ଆୟୋଜିତ ସଚେତନ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦିନ ଗୋଟାଏ ବେଳେ କିଶୋରୀ ସ୍ୱାସ୍ଥ୍ୟ ମେଳାର ସଚେତନତା ସଭା ଅନୁଷ୍ଟିତ ହେଇଥିଲା।

- Advertisement -

ଏଥିରେ ଗୋଷ୍ଟୀ ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ ବିଜୟ ଲକ୍ଷ୍ମୀ ସେନାପତି, ମହିଳା ସ୍ୱାସ୍ଥ୍ୟ କର୍ମୀ ଲତିମା ପ୍ରଧାନ,ଶିକ୍ଷକ ନିମାନ ଲହଜଲ, ସନାତନ ନିଆଲ, ସୌମ୍ୟକାନ୍ତ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ଦମୟନ୍ତୀ ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱର୍ଣ୍ଣଲତା ନାଏକ ଦ୍ୱିତୀୟ ଏବଂ ଅଞ୍ଜଳୀ ବାଗ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୂରସ୍କୃତ ହେଇଥିଲେ। ଏହି ସ୍ୱାସ୍ଥ୍ୟ ମେଳାରେ ଶତାଧିକ କିଶୋରୀ ବାଳିକା ଯୋଗ ଦେଇ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories