www.samajalive.in
Saturday, December 6, 2025
15.1 C
Bhubaneswar

ନିର୍ମାଣଧିନ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପରିଦର୍ଶନ କଲେ ମାନନିୟନ୍ତ୍ରଣ ମୁଖ୍ୟଯନ୍ତ୍ରୀ

କଲମପୁର : ଦେଢଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପେଭର ଲାଇନିଂ କାର୍ଯ୍ୟ। ୦ରୁ ୪୨ କିଲୋମିଟର ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକୁ ଡି.ଡି. ବିଲ୍ଡର୍ସ ଠିକା ସଂସ୍ଥା ସମ୍ପାଦିତ କରୁଛନ୍ତି। ଗତ ବର୍ଷ ରବି ଜଳ ସେଚନ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ରବି ଜଳ ସେଚନ ବନ୍ଦ ରହିଛି। ଏହି କାର୍ଯ୍ୟ ୨ ବର୍ଷ ମଧ୍ୟରେ ସମ୍ପାଦନ ପାଇଁ ଠିକା ସଂସ୍ଥା ସହ ବିଭାଗ ଚୁକ୍ତିନାମ ସ୍ୱାକ୍ଷରିତ କରିଛି। କିନ୍ତୁ ଠିକା ସଂସ୍ଥା ତରଫରୁ କାର୍ଯ୍ୟ ସମ୍ପାଦନରେ ମନ୍ଥରତା ନେଇ ଚାଷୀ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ୨୦୨୪ ନିର୍ବାଚନ ବର୍ଷ ହେଇଥିବାରୁ ଜଳ ସେଚନ ଯୋଗାଇବା ନେଇ ଚାପ ସୃଷ୍ଟି ହେଇଛି। ତେଣୁ ଗତ କିଛି ଦିନ ହେବ ବିଭାଗ ତରଫରୁ କାର୍ଯ୍ୟ ସମ୍ପାଦନ ନେଇ ତତ୍ପରତା ପ୍ରକଶ ପାଇଛି। ଯେଉଁଥିପାଇଁ ଠିକା ସଂସ୍ଥା ତରଫରୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୁଧବାର ଏହି ଲାଇନିଂ କାର୍ଯ୍ୟ ଓ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ମାନ ଯାଂଚ ସହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର ମାନ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ବ୍ରଜ କିଶୋର ପରିଡା।
ଇଂ ପରିଡା ପ୍ରଥମେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଆର.ଡି ୩୧ ଏବଂ ୩୫ କିଲୋମିଟର ନିକଟରେ ପହଂଚି ନିର୍ମାଣ କାର୍ଯ୍ୟ ସହ ସାମଗ୍ରୀ ଯାଂଚ କରିଥିଲେ। ଏହାପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଯାନ୍ତ୍ରୀକ ବ୍ୟବସ୍ଥା ଦେଖିଥିଲେ। ପରବର୍ତି ସମୟରେ ପଣ୍ଡିଗାଁ ସିଙ୍ଗାରୀଘାଟି ଛକ ନିକଟରେ ଥିବା ସିମେଣ୍ଟ ଗୋଳେଇ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ବାଲି ଗୋଡି ଏବଂ ସିମେଣ୍ଟର ମାନ ଦେଖି ଥିଲେ। ଇଂ ଶ୍ରୀ ପରିଡାଙ୍କ ଗସ୍ତ ସମୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଅନିଲ କୁମାର ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଜକୁମାର ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଣୟ କୁମାର ପ୍ରଧାନଙ୍କ ସମେତ ଦାୟିତ୍ୱରେ ଥିବା ସମସ୍ତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ମାନ ନିୟନ୍ତ୍ରଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ପରିଡା ଉପସ୍ଥିତ ସମସ୍ତ ଯନ୍ତ୍ରୀ ମାନଙ୍କ ସମେତ କାର୍ଯ୍ୟ ସମ୍ପାଦନ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ସଠିକ ମାନ ପାଇଁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories