www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟ ଛାତ ଉପର ଦେଇ ଲମ୍ବିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

କଲମପୁର :ବିଦ୍ୟାଳୟ ଛାତ ଉପରେ ଚଢିଥିବା ସମୟରେ ଛାତ ଉପର ଦେଇ ଲମ୍ବିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ପଞ୍ଚାୟତ ଅଧିନ କୁମୁଡାସିଲ୍ ଗାଁରେ। ଏହି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିଦ୍ୟାଳୟ ଛାତ ଉପରକୁ ଚଢିଥିଲା। ହେଲେ ସେଇ ବିଦ୍ୟାଳୟର ଛାତ ଉପର ଦେଇ ଲମ୍ବିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଛାତ୍ର ରୋହିତର ଚିକିତ୍ସା ଚାଲିଛି ।
ସୁଚନା ଯୋଗ୍ୟ ଯେ ଗତ କିଛି ବର୍ଷ ତଳେ ବିଦ୍ୟାଳୟ ପରିସର ଦେଇ  ବିଦ୍ୟୁତ୍ ତାର ଟଣାଯିବା ନେଇ ନିଷେଧାଦେଶ ଜାରି କରାଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ଏହି ବିଦ୍ୟାଳୟର ଛାତ ଦେଇ ବିଦ୍ୟୁତ୍ ତାର ଟଣା ଯାଇଛି ? ଏହି ଘଟଣା ପରେ କିଏ ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories