www.samajalive.in
Thursday, December 11, 2025
16.1 C
Bhubaneswar

ସହପାଠିନୀ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ, ଯୁବକ ଗିରଫ

କଲମପୁର: ସହପାଠିନୀ ସହ ପ୍ରେମ ପରେ ଶାରିରୀକ ସମ୍ପର୍କ। ଏହାପରେ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓକୁ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ପରେ ସମ୍ପୃକ୍ତ ଯୁବକକୁ ପୁଲିସ କୋର୍ଟ ଚାଲାଣ କରିଛି। ଏଭଳି ଏକ ଘଟଣା ଘଟାଇ ଜନୈକ କଲେଜ ପଢୁଆ ଯୁବକ ଜେଲ ଯିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନିଜର ଜଣେ ସହପାଠିନୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିଛି। ଏହି ମାମଲାରେ ଜୟପାଟଣା ପୁଲିସ ଉକ୍ତ ଯୁବକକୁ ଗିରଫ ପରେ ସୋମବାର କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ ଜନୈକା କଲେଜ ଛାତ୍ରୀଙ୍କ ସହ ନିଜର ସହପାଠୀ ସମ୍ପର୍କ ବଢାଇ ଏକ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରିଥିଲା। ଅନେକ ସମୟରେ ଭାଇରାଲ ଭିଡିଓର ଭୟ ଦେଖାଇ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ସମ୍ପୃକ୍ତ ଯୁବତୀ ଏଥିରେ ଅରାଜି ହେବା ପରେ ଯୁବକ ଜଣକ ଉକ୍ତ ଭିଡିଓକୁ ଭାଇରାଲ କରିଦେଇଥିବା ନେଇ ରବିବାର ଜୟପାଟଣା ଥାନାରେ ମାମଲା ରୁଜୁ ହେଇଥିଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜୟପାଟଣା ଥାନା କେସ ନଂ ୨୬୮ରେ ମାମଲା ରୁଜୁ କରୁ ତୁରନ୍ତ ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖିଥିଲେ। ସୋମବାର ସମ୍ପୃକ୍ତ ଛାତ୍ରୀଙ୍କ ବୟାନ ରେକର୍ଡ ଓ ଡାକ୍ତରୀ ଯାଞ୍ଚ ପରେ ଉକ୍ତ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି।
ଅନ୍ୟପଟେ ସମ୍ପୃକ୍ତ ଯୁବକ ଯୁବତୀଙ୍କ ସହ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିବା ପରେ ଭାଇରାଲ କରିବା ଘଟଣାକୁ ଅସ୍ୱୀକାର କରିଛି। ଏହାକୁ ତା’ର କେହି ଜଣେ ବନ୍ଧୁ ଭାଇରାଲ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories