www.samajalive.in
Thursday, December 11, 2025
16.1 C
Bhubaneswar

ଶିଶୁ କଲ୍ୟାଣ ସମିତିର ପ୍ରତିଶ୍ରୁତି, ଦୁଇ ଶିଶୁଙ୍କୁ ମିଳିବ ଆର୍ଥିକ ସହାୟତା

କଲମପୁର: ଦୁଇ ନିଷ୍ପାପ ଶିଶୁ ଭବାନୀ ଓ ତୃପ୍ତୀମୟୀକୁ ଛାଡି ଅନ୍ୟ ଏକ ମହିଳାଙ୍କୁ ଧରି ବାପା ଚନ୍ଦ୍ର ଶେଖର ଫେରାର ହୋଇଯାଇଥିଲା। ମା’ ମଞ୍ଜୁଳା ମଧ୍ୟ ନିଜ ବାପା ଘରକୁ ଯାଇ ଆଉ ଫେରିଲାନି। ପୁନଃ ଅନ୍ୟତ୍ର ବିବାହ କରିଥିବା ସୂଚନା ମିଳିଥିଲା। ଏହି ଦୁଇ ନିଷ୍ପାପ ଶିଶୁ ଏବେ ନିଜ ବିଧବା ଜେଜେମାଁଙ୍କ ପାଖରେ ରହିଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଓ ବିଭିନ୍ନ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶିଶୁ କଲ୍ୟାଣ ସମିତିର କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଛନ୍ତି।

ଦୁଇ ଶିଶୁଙ୍କୁ ନେଇ ବାଲିଛଡାର ମାଧବୀ ବୃଦ୍ଧା ଅସହାୟ ଜୀବନ ଜିଉଁଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥଇଲା। ଏହାପରେ ସୋମବାର ଜିଲା ଶିଶୁ ମଙ୍ଗଳ ସମିତିର ଗୁଲାମ ଅମିବୁଲ୍ଲା ଖାଁ, ନେହେରୁ ଯୁବକେନ୍ଦ୍ରର ଦୁଷ୍ମନ୍ତ ରଣା, ଶମ୍ଭୁ ବିଶି ପ୍ରମୁଖ ବାଲିଛଡା ରେ ପହଞ୍ଚି ଶିଶୁର ଜେଜେମା ଓ ଗ୍ରାମର ଲୋକଙ୍କ ସହିତ ଦୁଇ ଶିଶୁଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ। ଏହାପରେ ଦୁଇ ଶିଶୁଙ୍କ ପ୍ରତିପାଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ସମେତ ଅଙ୍ଗନବାଡି କର୍ମୀ ଜୟନ୍ତୀ ଦୁର୍ଗା, ଆଶା କର୍ମୀ ମଞ୍ଜୁଳା ଦୁର୍ଗା ପ୍ରମୁଖଙ୍କ ଉପସ୍ଥିତିରେ ଏକ ବୈଠକରେ ମାଧବୀ ପ୍ରକାଶ କରିବା ପରେ ସରକାରୀ ନିୟମ ଅନୁଯାୟୀ ଏହି ଦୁଇ ଶିଶୁଙ୍କୁ ଆର୍ଥିକ ସହାୟତା ଓ ସହଯୋଗ କରାଯିବ ପ୍ରତିଶୃତି ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories