ଚିଙ୍ଗିଡିଫାସ ଗ୍ରାମରେ ଝାଡାବାନ୍ତି ରୋଗର ପ୍ରଭାବ : ଜଣେ ମୃତ, ୩ ଆକ୍ରାନ୍ତ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ଭଳି ଅଗମ୍ୟ ଅଞ୍ଚଳରେ ଏବେ ଦେଖା ଦେଇଛି ଝାଡା ବାନ୍ତି ରୋଗର ପ୍ରଭାବ। ଏହି ରୋଗରେ ଆକ୍ରାନ୍ତ ହେଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଓ ୩ ଜଣ ବ୍ୟକ୍ତି ଗୁରୁତର ଥିବା ଭଳି ସୂଚନା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୁଚନା ଅନୁସାରେ ଥୁଆମୁଳ-ରାମପୁର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଚିଙ୍ଗିଡିଫାସ ଗ୍ରାମର ଜନୈକ ବ୍ୟକ୍ତି ଶ୍ରୀପତୀ ମାଝୀ (୬୨) ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇ ମୃତ୍ୟୁ ବରଣ କରିଥିବା ଗ୍ରାମର ୱାର୍ଡ ମେମ୍ବର ପମ୍ପୁର ନାଏକ ସୂଚନା ଦେଇଥିବା ବେଳେ ପୁଣି ଏହି ରୋଗରେ ଗ୍ରାମର ବୁନ୍ଦି ମାଝୀ, ସୁଆର ମାଝୀ ଓ ରାମ ମାଝୀ ନାମକ ୩ ଜଣ ବ୍ୟକ୍ତି ଗୁରୁତର ଭାବେ ଆକ୍ରାନ୍ତ ହେଇଥିବା ଗେଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରବିବାର ସଂଧ୍ୟାରେ ଜଣାଇଥିଲେ। ଏହି ସୂଚନା ପାଇବା ପରେ ତୁରନ୍ତ ଏକ ଚିକିତ୍ସକ ଦଳ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ଗାଁକୁ ଯାଇଥିବା ଥୁଆମୁଳ-ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ ଝା ସୁଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ, ଗୋପିନାଥପୁର, ମାଳିଗାଁ ଓ ଅଡ୍ରୀ ଆଦି ୩ ଗୋଟି ପଞ୍ଚାୟତର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଡ୍ରି ଠାରେ ସ୍ୱେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରୁଛି । ଏହାସହ ବଫଲାମାଳି ବକ୍ସାଇଟ ଖଣିର ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ହେଉଥିଲେ ମଧ୍ୟ ଏହି ଅଂଚଳର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଯେଉଁଥିପାଇଁ ଅନେକ ସମୟରେ ଲୋକେ ସଠିକ୍ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଖଣି ପ୍ରଭାବିତ ଅଂଚଳର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଗମନା ଗମନ ସେବାର ବିକାଶ ପାଇଁ ପାରିପାର୍ଶ୍ବିକ ପାଣ୍ଠି ବିନିଯୋଗର ବ୍ୟବସ୍ଥା ଥିଲେ ମଧ୍ୟ କେଉଁ ଅଂଚଳର ବିକାଶ ପାଇଁ ଏହି ପାଣ୍ଠି ବିନିଯୋଗ ହେଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା ବିକାଶ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟଥା ଏଭଳି ଅନେକ ଲୋକ ରୋଗର ଶିକାର ହେଇ ମୃତ୍ୟୁ ମୁଖରେ ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ

kalyan agarbati

Comments are closed.