www.samajalive.in
Sunday, December 7, 2025
14.1 C
Bhubaneswar

କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଟପର ହେଲେ ନିଖିଳ ନିଆଲ

କଲମପୁର : ଗତ ଫେବୃଆରୀରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ରିୟ ବୋର୍ଡ ଦଶମ ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେଇଯାଇଛି । ଏଥିରେ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ନିଖିଳ ନିଆଲ ୯୨ ପ୍ରତିଶତ ମାର୍କ ରଖି ପାସ କରିବା ସହ କଲମପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।ନିଆଲଙ୍କ ଏହି କୃତୀତ୍ୱ ପଛରେ ବିଦ୍ୟାଳୟର ଶିକ୍ଷକ ଓ ପିତା ମାତାଙ୍କ ଆଶିର୍ବାଦକୁ ଶ୍ରେୟ ଦେଇଛନ୍ତି। ଦୈନିକ ୧୦ରୁ ୧୨ ଘଣ୍ଟା ପାଠରେ ଗୁରୁତ୍ୱ ଦେଉଥିବା ଶିକ୍ଷକଙ୍କ ତରଫରୁ ସୂଚନା ମିଳିଛି।  ନିଆଲଙ୍କ ବାପା ଲଳିତ କୁମାର ନିଆଲ ଓ ସେ ନିକଟସ୍ଥ ପଣ୍ଡିଗାଁର ବାସିନ୍ଦା ଅଟନ୍ତି। ବିଦ୍ୟାଳୟ ଠାରୁ ପ୍ରାୟ ୪ କିଲୋମିଟର ଦୂରରୁ ରିତିମତ ଯାତାୟତ କରି ପାଠ ପଢୁଥିଲେ। ଚଳିତ ବର୍ଷ ଦଶମ ପରୀକ୍ଷା ଦେବା ପାଇଁ ୫୫ ଜଣ ଛାତ୍ର ଛାତ୍ରୀ ଆବେଦନ କରିଥିଲେ । କିନ୍ତୁ ୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ବେଳେ ୧୦ ଜଣ ଛାତ୍ର ଛାତ୍ରୀ ଗଣିତ ଓ ବିଜ୍ଞାନ ଭଳି ବିଷୟରେ ଫେଲ ହେଇଛନ୍ତି । ୩୯ ଜଣ ଛାତ୍ର ଛାତ୍ରୀ ପାସ କରିଥିବା ବେଳେ ନିଖିଲଙ୍କ ବ୍ୟତିତ ଅନ୍ୟ କେହି ୯୦ ପ୍ରତିଶତ ମାର୍କ ଅତିକ୍ରମ କରି ନାହାଁନ୍ତି । କୁଞ୍ଜବିହାରୀ ସାହୁ, ଲୋକେଶ କୁମାର ନାଏକ, ଯୋଗେଶ କୁମାର ଶବର ଓ ଡୋଳାମଣି କଣ୍ଟା ପ୍ରମୁଖ ୪ ଜଣ ଛାତ୍ର ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତିନ୍ନ ହେଇଛନ୍ତି। ୮ଜଣ ଛାତ୍ର ଛାତ୍ରୀ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories