www.samajalive.in
Sunday, December 14, 2025
16.1 C
Bhubaneswar

ଆଦିବାସୀ ଅଞ୍ଚଳରେ ଅନ୍ତୋଦୟ ସଂସ୍ଥା ତରଫରୁ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

କଲମପୁର : କରୋନା ମହାମାରୀ ସମୟରେ ଏପର୍ୟ୍ୟନ୍ତ ସ୍ୱଭାବିକ ହେଇ ପାରୁନି ଜୀବନ ଯାତ୍ରା। ପ୍ରଭାବିତ ହେଉଛି ଆଦିବାସୀଙ୍କ ଜିବୀକା ଅର୍ଜନ। ପୁଣି ଏଭଳି ସ୍ଥିତିରେ ଘର ବାହୁଡା ହେଉଛନ୍ତି ଶ୍ରମିକ। ରୋଜଗାର ଶୂନ୍ୟ ହୋଇ ଘରେ ହାତ ବାନ୍ଧି ରହିବା ସମ୍ଭବ ହେଉ ନାହିଁ। ଅନ୍ୟ ପଟେ ମିଳୁନାହିଁ ରୋଜଗାରର ପନ୍ଥା। ଏଭଳି ଦୟନୀୟ ସ୍ଥିତିରେ କାଳାତିପାତ କରୁଛନ୍ତି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଅଂଚଳର ଶ୍ରମିକ। ସରକାରୀ ସହାୟତା କେବଳ ସମୂଦ୍ରକୁ ଶଙ୍ଖେ ସଦୃଶ। ଏଭଳି ସ୍ଥିତିରେ ଲକଡାଉନ୍ କଟକଣା ପାଇଁ ଜିବୀକା ହରାଇ ଘରେ ବସିଥିବା ଆଦିବାସୀ ପରିବାରର ସଦସ୍ୟମାନଙ୍କୁ ସହାୟତା ପାଇଁ ଦିଲ୍ଲୀର ଗୁଞ୍ଜ ସଂସ୍ଥାର ସହାୟତାରେ ଅଣ୍ଟା ଭିଡିଛି ଅନ୍ତୋଦୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ।
ଏହି ଅନୁଷ୍ଠାନର ସହାୟତାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ପଂଚାୟତର ଡାଲିମଗୁଡା, ବିଜାପଡା, ଖିଡିକାଦର, ଲୋହରାଗୁଡା, ଭୁଟରିଗୁଡା, ଅରଖପେଡି, ଚାଚିକନା, ଓ ପଲାଡୁମେର ଗ୍ରାମରେ ଥିବା ୧୬୦ ଗୋଟି ପରିବାର ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିବାବେଳେ କିଶୋରୀ ବାଳିକାମାନଙ୍କୁ ସାନିଟାଇଜ୍ ନ୍ୟାପକିନ ପ୍ରଦାନ କରାଯାଇଛି। ଏହାସହ ସାମାଜିକ ଦୂରତ୍ୱ ହିଁ କରୋନା ସଂକ୍ରମଣର ଅମୋଘ ଅସ୍ତ୍ର ବୋଲି ଏହି ଆଦିବାସୀ ଇଲାକାର ଲୋକଙ୍କୁ ବୁଝାଇ ସଚେତନ କରାଯାଇଛି। ଏମାନଙ୍କ ରୋଜଗାର ପନ୍ଥା ପ୍ରଭାବିତ ହୋଇଥିବାରୁ ଏହି ସମସ୍ତ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନର ବ୍ୟବସ୍ତା ସହିତ ଆଗାମୀ ଦିନରେ ରୋଜଗାର ପାଇଁ ବିଭିନ୍ନ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି। ନିଜ ନିଜ ବାଡି ବଗିଚାରେ ପରିଶ୍ରମ କରି ମଞ୍ଜିରୁ ପନି ପରିବା ଉତ୍ପାଦିତ କଲେ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସୁବିଧା ହୋଇ ପାରିବ। ତେଣୁ ଅନ୍ତୋଦୟ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଲୋକଙ୍କୁ ରୋଜଗାରର ପନ୍ଥା ଦେଖାଇବା ପାଇଁ ଏଭଳି ପ୍ରୟାସ କରିଛି। ଏହାସହ ସାନିଟାଇଜ୍ ନାପକିନ ପ୍ରଦାନ କରି କିଶୋରୀ ବାଳିକାମାନେ ନିଜ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସୁରକ୍ଷିତ ରହି ପାରିବେ। ସେନେଇ ସଚେତନ କରାଯାଇଛି। ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ କିଭଳି ଅବଲମ୍ବନ କରାଯାଇ ପାରିବ ସେନେଇ ସଂସ୍ଥାର ଅଧ୍ୟକ୍ଷ ଦିଲିପ କୁମାର ଦାସଙ୍କ ନେତୃତ୍ୱରେ ବୀଣାକାର ନାଏକ, ରବି ନାରାୟଣ ସିଂ, ସଞ୍ଜିବ କୁମାର ସତପଥି, ରାଜକିଶୋର ଦଣ୍ଡସେନା, ସାଗୁଚରଣ ମାଝୀ ଓ ଅମର ସିଂମାଝୀ ପ୍ରମୁଖ ଲୋକଙ୍କୁ ସଚେତନତା କରାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories