www.samajalive.in
Thursday, December 11, 2025
16.1 C
Bhubaneswar

ଧାନ ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍‍ ଖୁଣ୍ଟ ଭାଙ୍ଗି ଘର ଉପରେ ପଡିଲା : ଅଳ୍ପକେ ବର୍ତିଲେ ପରିବାର

କଲମପୁର : କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଏକ ରାସ୍ତା ଅତିକ୍ରମ କରିଥିବା ଏଲ.ଟି ବିଦ୍ୟୁତ୍‍ ତାର ଓହଳି ପଡିଥିଲା । ଏହି ତାରରେ ଏକ ଧାନ ବୋଝେଇ ଟ୍ରକ ଲାଗିଯିବା ଦ୍ୱାରା ବିଦ୍ୟୁତ୍‍ ଖୁଣ୍ଟଟି ଭାଙ୍ଗି ଯାଇ ଜନୈକ ବ୍ୟକ୍ତି ଙ୍କ ଘର ଉପରେ ପଡିଯିବାରୁ ପରିବାରର ଜଣେ ସଦସ୍ୟ ଆହତ ହେଇଥିବା ବେଳେ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି । ସୂଚନାଅନୁସାରେ  ବୁଧବାର ସଂଧ୍ୟା ପ୍ରାୟ ୫.୩୦ ବେଳେ କୌଣସି ଏକ ମଣ୍ଡିରୁ ଧାନ ବୋଝେଇ କରି ଆସୁଥିବା ଏକ ଟ୍ରକ କଲମପୁର ପଟକୁ ଆସୁଥିଲା। ଏହି ସମୟରେ ଗୁମାବାହାଲ ଚନ୍ଦ୍ର ନାଏକଙ୍କ ଘର ନିକଟରେ ରାସ୍ତା ଅତିକ୍ରମ କରି ଅନ୍ୟ ଦୁଇ ଗ୍ରାହକଙ୍କୁ ସଂଯୋଗ ହେଇଥିବା ବିଦ୍ୟୁତ୍‍ ତାର ଓହଳି ପଡିଥିବାରୁ ଧାନ ବସ୍ତା ତାର ସହିତ ଲାଗି ଯାଇ ଟାଣି ହେଇଯାଇଥିଲା। ଯାହାରି ଫଳରେ ବିଦ୍ୟୁତ୍‍ ଖୁଣ୍ଟଟି ଭାଙ୍ଗି ଯାଇ ଚନ୍ଦ୍ର ନାଏକ ଙ୍କ ଘର ଉପରେ ତାର ସବୁ ପଡିଯାଇଥିଲା। ଏହି ସମୟରେ ଧାନ ବସ୍ତା ସିଲେଇ କରି ଘର ଦୁଆର ପାଖରେ ଥିବା ଚନ୍ଦ୍ର ନାଏକଙ୍କ ପୁଅ ମାଣିକ୍ୟ ଚନ୍ଦ୍ର (ବୁଲୁ) ଙ୍କ ଉପରେ ବିଦ୍ୟୁତ୍‍ ତାର ପଡିଥିଲେ ମଧ୍ୟ ସୌଭାଗ୍ୟ ବସତଃ ବୁଲୁ ରକ୍ଷା ପାଇଯାଇଥିବା ବେଳେ ଘର ଭିତରେ ଥିବା ଅନ୍ୟ ସଦସ୍ୟ ମାନେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି। ପରିବାର ଲୋକ ତୁରନ୍ତ ବୁଲୁକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

ସୁଚନାଯୋଗ୍ୟଯେ, ଏହି ବିଦ୍ୟୁତ୍‍ ତାର ରାସ୍ତା ଅତିକ୍ରମ କରିବା ସହ ଓହଳି ପଡିଥିବା ନେଇ ବାରମ୍ବାର ବିଦ୍ୟୁତ୍‍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଏହି ଅଂଚଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ତେଣୁ ତୁରନ୍ତ ଆଗାମୀ ଦିନରେ ଜନ ଜୀବନ ନଷ୍ଟ ହେବା ପୂର୍ବରୁ ଏଥିପ୍ରତି ବିଭାଗ ଗୁରୁତ୍ୱ ଦେବା ପାଇଁ ସାଧାରମରେ ଦାବି ହେଉଛି। ଏହାସହ କ୍ଷତିଗ୍ରସ୍ଥ ପରିବାର କୁ ସହାୟତା ଯୋଗାଇ ଦେବା ଦାବି କରି ରାସ୍ତା କୁ ଅବରୋଧ କରାଯାଇ ୪ ଚକିଆ ଯାନ ବାହାନ ଚଳା ଚଳକୁ ବନ୍ଦ କରି ଦିଆଯାଇଛି । ଧାନ ଅମଳ ସମୟରେ ଏହି ରାସ୍ତାରେ ଶତାଧିକ ଟ୍ରକ ଧାନ ବସ୍ତା ବୋଝେଇ କରି ଯାତାୟତ କରୁଛି। ସମସ୍ତ ଟ୍ରକରେ କ୍ଷମତା ଠାରୁ ଅଧିକ ବୋଝେଇ କରାଯାଉଛି। ଅଧିକ ଧାନ ବୋଝେଇ କଲେ ଅଧିକ ଭଡା ମିଳୁଥିବାରୁ ଟ୍ରକ ସବୁ ନିଜ କ୍ଷମତା ଠାରୁ ଅଧିକ ବୋଝେଇ କରୁଛନ୍ତି। ତେଣୁ ବିଭିନ୍ନ ଦୁର୍ଘଟଣା ପାଇଁ କ୍ଷମତା ଠାରୁ ଅଧିକ ପରିବାହନ କରିବା ଅନ୍ୟ ଏକ କାରଣ ପାଲଟିଛି। ତେଣୁ ପରିବହନ ବିଭାଗ କେବଳ ହେଲମେଟ ଚେକିଙ୍ଗରେ ନିୟୋଜିତ ନହେଇ ଏ ସବୁ କ୍ଷମତା ଠାରୁ ବାହାରେ ଅଧିକ ପରିବହନ କରୁଥିବା ଟ୍ରକ ଚାଳକ ଓ ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇ ଦାବି ହେଉଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories