www.samajalive.in
Saturday, December 13, 2025
26.1 C
Bhubaneswar

ହଂକଂରୁ ନିରବ-ମୋହୁଳଙ୍କ ୧୩୫୦ କୋଟି ଟଙ୍କାର ହୀରା ଓ ଗହଣା ଜବତ କଲା ପ୍ରବର୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ହଜାର ହଜାରକୋଟି ଟଙ୍କାର ବ୍ୟାଙ୍କ ଠକେଇ କରି ଦେଶରୁ ଗାଏବ ହୋଇ ଯାଇଥିବା ବ୍ୟବସାୟୀ ମେହୁଲ ଚୋକସି ଓ ନିବର ମୋଦିଙ୍କ ପ୍ରାୟ ୧୩୫୦ କୋଟି ଟଙ୍କାର ହୀରା, ମୋଦି ଓ ଅନ୍ୟାନ୍ୟ ଗହଣା ଜବତ କରିଛି ପ୍ରବର୍ତନ ନିର୍ଦେଶାଳୟ । ହଂକଂର ଏକ ଗୋଦାମରେ ଏହି ସାମଗ୍ରୀ ସବୁ ଲୁଚାଇ ରଖାଯାଇଥିଲା ବୋଲି ପ୍ରବର୍ତନ ନିର୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ଇଡ଼ି ଉଭୟଙ୍କର ବହୁ ଦାମୀ କାର୍, ଘର ଓ ବଙ୍ଗଳା ଜବତ କରିଥିଲା ।

- Advertisement -

ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଏହି ସବୁ ଅଳଙ୍କାର ଦୁବାଇରୁ ହଂକଂ ପଠାଯାଇଥିବା ନେଇ  ୨୦୧୮ ଜୁଲାଇରେ ସୂଚନା ମିଳିଥିଲା ।  ଏହି ସାମଗ୍ରୀ ଭାରତ ଫେରାଇ ଆଣିବା ଲାଗି  ହଂକଂ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ବୈଦେଶିକସ୍ତରରେ ସମସ୍ତ ଔପଚାରିକତା ଶେଷ ହେବା ପରେ ଏହି ଗହଣାକୁ ଭାରତ ଫେରାଇ ଅଣାଯାଇଛି । ମୋଟ ୧୦୮ଟି ସାମଗ୍ରୀ ହଂକଂରୁ ଜବତ ହୋଇଛି । ଏଥିରେ ହୀର, ମୋତି ଓ ଅନ୍ୟାନ୍ୟ ଗହଣା ରହିଛି । ଏହାର ଅନୁମାନିକ ମୂଲ୍ୟ ୧୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏହି ସବୁ ସାମଗ୍ରୀର ଓଜନ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ହେବ ।

ପଞ୍ଜାବ ନେସନାଲ ବ୍ୟାଙ୍କରୁ ବିପୁଳ ଠକେଇ ଅଭିଯୋଗରେ ନିରବ ମୋଦି ଓ ମେହୁଲ ଚୋକସିଙ୍କ ବିରୋଧରେ ମାମଲା ଚାଲିଛି । ମେହୁଲ ଓ ନିରବ ସମ୍ପର୍କରେ ମାମୁଁ-ଭଣଜା । ମାମୁଁ ମେହୁଲ ବର୍ତମାନ ଆଣ୍ଟିଗୁଆରେ ଲୁଚିଛନ୍ତି ଆଉ ନିରବ ଲଣ୍ଡନରେ ବନ୍ଦୀ ଜୀବନ କାଟୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories