କଳାହାଣ୍ଡିରେ ପ୍ରବଳ ବର୍ଷା ; ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ ୨ଦିନ ଧରି ପ୍ରବଳ  ବର୍ଷା ହେବା ଫଳରେ ଥୁଆମୂଳ ରାମପୁର , ଜୟପାଟଣା , କଲମପୁର ,ଜୁନାଗଡ , ମଦନପୁର ରାମପୁର ଓ  ଲାଞିଗଡ ବ୍ଲକର ବହୁ ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ।

ଏହି ସବୁ ବ୍ଲକର  ୧୩୫୦ ଜଣଙ୍କୁ  ପାଣି ଘେରରୁ ଉଦ୍ଧାର କରାଯାଇଛି । ଜିଲ୍ଲାର ୮ ଟି ସ୍ଥାନରେ ୨ ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଇଛି ।  ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦେଇଛନ୍ତି ।

Leave A Reply