www.samajalive.in
Saturday, December 6, 2025
15.1 C
Bhubaneswar

ସରକାରୀ ଘର ମଞ୍ଜୁର ବଦଳରେ ଅସଦାଚରଣ ଅଭିଯୋଗ, ଜେଲ୍‌ଗଲେ ସରପଞ୍ଚ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତ​‌ରେ ସରକାରୀ ଘର ମଞ୍ଜୁର ବଦଳରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସମ୍ପୃକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗୁରୁବାର ଗିରଫକରି କୋର୍ଟଚାଲାଣ କରାଯାଇଛି। ସରପଞ୍ଚଙ୍କ ଗିରଫ ପ୍ରତିବାଦରେ ତାଙ୍କ ସମର୍ଥକମାନେ ଥାନା ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ସେମାନଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ସାଲେପାଲି ପଞ୍ଚାୟତ ଅନ୍ତର୍ଗତ କଚ୍ଛାରପାଲି ଗ୍ରାମର ଜଣେ ଦଳିତ ଯୁବତୀଙ୍କ ଘର ଗତ ଲଗାଣବର୍ଷାରେ ଭାଙ୍ଗି ଯାଇଥିଲା। ତେବେ ତାଙ୍କ ପରିବାର ଗରିବଶ୍ରେଣୀର ହୋଇଥିବାରୁ ଘର ସଜାଡିବା ପାଇଁ ଆବଶ୍ୟକ ଅର୍ଥ ଅଭାବରୁ ଯୁବତୀଙ୍କ ମା’ବାପା ରାଜକୋଟକୁ ଦାଦନ ଖଟିବାକୁ ଯାଇଥିଲେ। ତା’ପୂର୍ବରୁ ସରକାରୀ ଆବାସ ଯୋଜନାରେ ଘରଖଣ୍ଡେ ପାଇବା ପାଇଁ ପଞ୍ଚାୟତରେ ଆବେଦନ କରିଥିଲେ। ଏକ ସରକାରୀ ଘର ମଞ୍ଜୁର କରିବା ବଦଳରେ ସରପଞ୍ଚ ଶ୍ରୀ ସାହୁ ଉକ୍ତ ଯୁବତୀଙ୍କୁ ଫୋନ୍‌କରି ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସର୍ତ୍ତ ରଖିଥିଲେ। ଏହାବ୍ୟତୀତ ବିଭିନ୍ନ ସମୟରେ ଯୁବତୀ ରାସ୍ତାରେ ଯିବା ସମୟରେ ମଧ୍ୟ ସେ ଅଶ୍ଳୀଳ ଇଙ୍ଗିତ କରିବା ସହିତ ହଇରାଣ ହରକତ କରୁଥିଲେ।
ଗତ ଅକ୍ଟୋବର ୧୮ ତାରିଖରେ ଯୁବତୀ ଜଣକ ନିଜଘରେ ଏକାକୀ ଥିବା ସମୟରେ ସରପଞ୍ଚ ଶ୍ରୀ ସାହୁ ଘରକୁ ଯାଇ ଶାରିରୀକ ସମ୍ପର୍କ ସ୍ଥାପନ ବାଧ୍ୟ କରିଥିଲେ।  ପରେ ଘଟଣା କାହାକୁ ନ କହିବା ଏବଂ ସେ ସରକାରୀ ଦଳ​‌ରେ ଥିବା ଯୋଗୁଁ କେହି ତାଙ୍କର କିଛି କରିପାରିବେ ନାହିଁ ବୋଲି ଧମକଦେଇ ସରପଞ୍ଚ ଶ୍ରୀ ସାହୁ ଚାଲି ଯାଇଥିଲେ। ଏନେଇ ଉକ୍ତ ଯୁବତୀ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ସରପଞ୍ଚ ଶ୍ରୀ ସାହୁଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ମ.ରାମପୁର ଥାନାକୁ ଆସି ଘଟଣାର ତଦନ୍ତ କରିଥିଲେ ଏବଂ ଯୁବତୀଙ୍କ ଥାନାରେ ବୟାନ ରେକର୍ଡ କରିଥିଲେ। ଅପରାହ୍ଣରେ ସରପଞ୍ଚଙ୍କ ସମର୍ଥକମାନେ ଆସି ଥାନା ପରିସରରେ ଗଣ୍ଡଗୋ କରିଥିଲେ। ଫଳରେ ଥାନା ପରିସର କିଛିସମୟ ପାଇଁ ଉତ୍ତେଜନପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଯୁବତୀଙ୍କୁ ମ.ରାମପୁର ପୁଲିସ ଭବାନୀପାଟଣା ସ୍ବଧାରଗୃହକୁ ପଠାଇଥିବା ବେଳେ ସରପଞ୍ଚ ଶ୍ରୀ ସାହୁଙ୍କୁ କେସିଙ୍ଗା ଥାନାକୁ ନେଇଯାଇଥିଲା ା ଆଜି ସରପଞ୍ଚ ଶ୍ରୀ ସାହୁଙ୍କୁ ଗିରଫକରି ପୁଲିସ କୋର୍ଟଚାଲାଣ କରିଥିଲା। ସେହିପରି ଥାନା ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସମର୍ଥକମାନଙ୍କ ନାମରେ ମଧ୍ୟ ମାମଲା କରାଯାଇଛି, କିନ୍ତୁ ଅଦ୍ୟାବଧି କାହାରିକୁ ଗିରଫ କରାଯାଇ ନାହିଁ। ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ରଜଜ୍‌ ଦଳିତ ଆଦିବାସୀ ନିରାକରଣ ଆଇନ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। କିନ୍ତୁ ଜଜ୍‌ ଏହାର ଶୁଣାଣି ପାଇଁ ଆସନ୍ତା ୨୬ ତାରିଖକୁ ଧାର୍ୟ୍ୟ କରିବାପରେ ଅଭିଯୁକ୍ତ ସରପଞ୍ଚ ଶ୍ରୀ ସାହୁଙ୍କୁ ଭବାନୀପାଟଣା ଜେଲ୍‌ହାଜତକୁ ପଠାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories