www.samajalive.in
Saturday, December 6, 2025
14.1 C
Bhubaneswar

ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ପୁଲିସକୁ ଅଟକ ରଖିଲା ପୁଲିସ

ଧର୍ମଗଡ : ଧର୍ମଗଡରେ ମୋ ସରକାରର କମାଲ ଦେଖିବାକୁ ମିଳିଛି। ଏଥର ନିଜ ସହୋଦରକୁ ଅଟକ ରଖିଛି ପୋଲିସ। ଧର୍ମଗଡ ଥାନାର ପିସିଆର ଭ୍ୟାନ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡକୁ ଅଟକ ରଖି ଆଲକୋହଲ ପରୀକ୍ଷା ପାଇଁ ପୋଲିସ ଭବାନିପାଟଣା ପଠାଇଛି। ଅଭିଯୋଗ ଅନୁଯାୟୀ ଏହି ଡ୍ରାଇଭର ଜଣକ ମଦ ପିଇ ପିସିଆର ଭ୍ୟାନରେ ଡ୍ୟୁଟି କରୁଥିଲେ। ଡ୍ୟୁଟି ସମୟରେ ଗାଡି ଡ୍ରାଇଭର ବୁଲୁ ନାଏକ ମୋବାଇଲ ଫୋନକୁ କାନରେ ଜାକି କଥା ହୋଇ ହୋଇ ଗାଡି ଚଳାଉଥିଲେ। ଯାହା ଟ୍ରାଫିକ ନିୟମର ଉଲ୍ଲଘଂନ କରୁଛି। ମୋବାଇଲରେ କଥା ହୋଇ ଗାଡି ଚଳାଉଥିବାରୁ ଚାରିଛକରେ ଟ୍ରାଫିକ ଜାମ ହୋଇଥିଲା।

ସେତେବେଳକୁ ଗଣମାଧ୍ୟମ ପ୍ରତିନିଧି ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲେ। ଲୋକଙ୍କ ଭିଡ ଓ ଟ୍ରାଫିକ ଜାମ ହେବା ଦେଖି ଗଣମାଧ୍ୟମ ପ୍ରତିନିଧି ଜଣକ ଘଟଣା ସଂପର୍କରେ ଅବଗତ ହୋଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ଆରକ୍ଷି ଅଧିକ୍ଷକ ତୁରନ୍ତ ଏନେଇ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମି ନାରାୟଣ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେବା ପରେ ଶ୍ରୀ ପଣ୍ଡା ପିସିଆର ଭ୍ୟାନକୁ ତିନି ଛକରେ ଅଟକାଇ ଡ୍ରାଇଭର ବୁଲୁ ନାଏକକୁ ନିଜ ହେପାଜତକୁ ନେଲାପରେ ଧର୍ମଗଡ ଥାନାକୁ ହସ୍ତାନ୍ତର କରିଥିଲେ। ଧର୍ମଗଡ ଉପଖଣ୍ଡରେ ଆଲକୋହାଲ ଟେଷ୍ଟ ପାଇଁ ସୁବିଧା ନଥିବାରୁ ଧର୍ମଗଡ ଥାନା ପକ୍ଷରୁ ଆଲକୋହାଲ ଟେଷ୍ଟ ପାଇଁ ବୁଲୁକୁ ଭବାନିପାଟଣା ଟାଉନ ଥାନାକୁ ପଠାଯାଇଛି ବୋଲି ଶ୍ରୀ ପଣ୍ଡା ସୁଚନା ଦେବା ସହ ରିପୋର୍ଟ ଆସିଲେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories