www.samajalive.in
Saturday, December 6, 2025
19.1 C
Bhubaneswar

ଧାନପହ୍ଲା (ତଳି) ଗାଈ ଖାଇଦେଲା ବୋଲି, ବିଷପିଇ ଜୀବନ ହାରିଲେ ବାପପୁଅ

ମଦନପୁର : ଶନିବାର ଚାଷଜମିରେ ଧାନପହ୍ଲା (ତଳି) ରୋଇବାର ଥିଲା । ସେଥିପାଇଁ ବାପ ପୁଅ ଜମିକୁ ଯାଇଥିଲେଧାନପହ୍ଲା (ତଳି) ଦେଖିବାକୁ । କିନ୍ତୁ ବାପା ଜମିକୁ ଯାଇ ଦେଖିଲା ବେଳକୁ ଧାନତଳିକୁ ଗାଈ ଖାଇଦେଇଛି। ନିଜର ପୁଅ ତଳି ଜଗୁଥିବାରୁ ବାପା ଘରକୁ ଆସି ପୁଅକୁ ଗାଳି ଦେଇଥିଲେ । ଉତ୍ତ୍ୟକ୍ତ ପୁଅ ରାଗରେ ବିଷ ପିଇ ଦେଇଥିଲା । ଏକମାତ୍ର ପୁଅ ବିଷ ପିଇ ଦେଇଥିବା ଜାଣି ବାପା ମଧ୍ୟ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ଡାକ୍ତରଖାନା ନେବାପରେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ମ.ରାମପୁର ବ୍ଳକ ଅନ୍ତର୍ଗତ ଡୁଟା ଗାଁରେ ।

ଧାନପହ୍ଲା ଗାଈ ଦେଇଥିବାରୁ ଗତକାଲି ପୂର୍ବାହ୍ଣ ୧୧ଟାରେ ଘରକୁ ଆସି ଡୁଟା ଗ୍ରାମର ଦୀନବନ୍ଧୁ ଦାଶ (୬୦) ପୁଅ ଜୟ ଦାଶ(୩୦)ଙ୍କୁ ଗାଳି ଦେଇଥିଲେ । ତେଣୁ ଜୟ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ଏହାଦେଖି ‘ମୋର ଏକମାତ୍ର ପୁଅ ମରିଯିବ, ମୁଁ ବଂଚି କ’ଣ କରିବି’ କହି ଜୟ ହାତରୁ କୀଟନାଶକ ଛଡ଼ାଇ ଦୀନବନ୍ଧୁ ନିଜେ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମ.ରାମପୁର ଡ଼ାକ୍ତରଖାନାକୁ ନିଆଯାଇଥିଲେ ହେଁ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟ ବାପପୁଅଙ୍କୁ ମୃତ ଘୋଷଣା କରିଥିଲେ । ଜିଲା ମୁଖ୍ୟ ଡ଼ାକ୍ତରଖାନାର ଶବଗୃହରେ ରଖାଯାଇ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଦୁଇ ବାପପୁଅଙ୍କ ମୃତ୍ୟୁ ପରେ ଜୟଙ୍କ ଦୁଇଝିଅ, ଗୋଟିଏ ପୁଅ, ପତ୍ନୀ ଓ ମା’ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories