www.samajalive.in
Saturday, December 6, 2025
26.1 C
Bhubaneswar

ଗାଁରେ ୭ଫୁଟର ଅଜଗର ; ଲୋକେ ଦେଖି ଭୟଭୀତ

ଉନ୍ନାଓ : ଉତରପ୍ରଦେଶର ଉନ୍ନାଓ  ଜନପଦର ମିୟାଗଞ୍ଜ ଅଂଚଳରେ ଥିବା ସିଦ୍ଧନାଥ ଗାଁରେ ଏକ ବିଶାଳକାୟ ଅଜଗର ସାପ ବାହାରିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମର ମୁରବୀମାନେ ତୁରନ୍ତ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ। ଏହାପରେ ଅଜଗର ସାପଟିକୁ ଧରାଯାଇ ଜଙ୍ଗଲରେ ଛାଡ଼ିଦିଆଯାଇଥିଲା। ଏହାପରେ ଗ୍ରାମବାସୀଙ୍କୁ ଶାନ୍ତି ମିଳିଥିଲା।
ଘଟଣାକ୍ରମେ ଅଜଗର ସାପ ବାହାରିଥିବା କଥା ସମଗ୍ର ଗାଁରେ ନିଆଁ ଭଳି ବ୍ୟାପି ଯାଇଥିଲା। ଦେଖିବା ମାତ୍ରେ ୧୦୦ ରୁ ୧୫୦ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଯାଇଥିଲେ। ଅଜଗରଟି ପ୍ରାୟ ୭ଫୁଟ ଲମ୍ବର ଥିବା ବେଳେ ଏହାର ଓଜନ ୩୦ କିଲୋ ବୋଲି ଜଣାପଡ଼ିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ସାପଟିକୁ ଜଙ୍ଗଲରେ ଛାଡ଼ିଥିଲେ।
ସାପଟିକୁ ପ୍ରଥମେ ଜଣେ ଛେଳି ପାଳିଥିବା ବ୍ୟକ୍ତି ଦେଖିଥିଲେ। ସକାଳ ସମୟରେ ସେ ଛେଳି ଚରାଉଥିଲେ। ସେହି ସମୟରେ ସେ ଦେଖିବାକୁ ପାଇଥିଲେ ତାଙ୍କର ଏକ ଛେଳି ଛୁଆ ନିଖୋଜ ରଖିଛି। ଏହାପରେ ସେ ନିଜ ଛେଳି ଛୁଆକୁ ଖୋଜିବାକୁ ଲାଗିଥିଲେ। ହଠାତ ସେତେବେଳେ ତାଙ୍କ ନଜର ଏକ ବୁଦାମୂଳକୁ ପଡ଼ିଥିଲା ଓ ସେ ଦେଖିଥିଲେ ଏକ ଅଜଗର ସାପଟି ତାଙ୍କ ଛେଳି ଛୁଆଟିକୁ ଖାଇଦେଉଛି। ଏହାପରେ ସେ ସମଗ୍ର ଗାଁକୁ ଏହା ବିଷୟରେ ଜଣାଇଥିଲେ। ଖବର ପ୍ରଘଟ ହେବା ପରେ ଲୋକେ ଏକାଠି ହେବାକୁ ଲାଗିଲେ ଓ ନିଜ ମୋବାଇଲରେ ଭିଡ଼ିଓ ସହ ଫଟୋ ଉଠାଇଥିଲେ। ବନ ବିଭାଗ ଟିମ ଘଟଣାସ୍ଥଳରେ ପହଂଚି ବହୁ ଚେଷ୍ଟା କରିବା ପରେ ଏହି ବିଶାଳକାୟ ସାପଟିକୁ ଧରିବାକୁ ସକ୍ଷମ ହୋଇଥିଲେ।
ବନକର୍ମଚାରୀଙ୍କ ମତାନୁଯାୟୀ ଅଜଗର ସାପଟି ଖାଦ୍ୟର ସନ୍ଧାନରେ ଜଙ୍ଗଲରୁ ବାହାରି ଜମି ଆଡ଼କୁ ଚାଲିଆସିଥିଲା। ସେଠାରେ ସେ ଛେଳି ଛୁଆଟିକୁ ପାଇ ଖାଇଦେଇଥିଲା। ଏହାସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। କିଛିଦିନ ପୂର୍ବରୁ ଏହି ଅଂଚଳରେ ଏକ ଚିତାବାଘ ଦେଖାଯାଇଥିଲା। ବାଘଟି ଚାଷୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ମାତ୍ର ଏଯାଏଁ ସେ ଧରାପଡ଼ିନଥିବା ସୂଚନା ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories