କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ୟୁଜି ହାଇସ୍କୁଲରେ ରାତ୍ରୀ ଭୋଜନ ଖାଇ ୪୧ ଛାତ୍ରୀ ଗୁରୁତର ହୋଇଛନ୍ତି । ରାତ୍ରୀ ଭୋଜନ ଖାଇବା ପରେ ଛାତ୍ରୀ ମାନଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଛାତ୍ରୀଙ୍କ କହିବା ଅନୁଯାୟୀ ରାତ୍ରୀ ଭୋଜନ ଖାଇବାପୁର୍ବରୁ ସମସ୍ତେ ଠିକ ଥିଲେ ଓ ଖାଇସାରିବା ପରେ ଜଣଙ୍କ ପରେ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ପରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଓ୍ବାର୍ଡେନ ସେମାନଙ୍କୁ ଜିଲା ମୁଖ୍ୟଚିକିତ୍ସଳୟକୁ ନେଇଥିଲେ । ତେବେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର କହିଛନ୍ତି ।



