କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ
ଗୁରୁଡିଝାଟିଆ : ଉତ୍ତମ ଶିକ୍ଷା ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ପରିଚୟ ଦିଏ । ଏଥିରେ ବିଦ୍ୟାର୍ଥୀଙ୍କ ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ ବିଦ୍ୟାର୍ଥୀମାନଙ୍କୁ ଠିକଣା ଢଙ୍ଗରେ ଗଢିବା କ୍ଷ୍ରେତ୍ରରେ ମାର୍ଗଦର୍ଶକଙ୍କ ଭୂମିକା ଅଧିକ ଗୁରୁତ୍ୱ ବହନ କରେ ବୋଲି କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ୱତନ୍ତ୍ର ବିଶେଷଜ୍ଞ ମତପ୍ରକାଶ କରିଥିଲେ। ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି କ୍ୟାରିୟର କାଉନସେଲିଂ ସଂପର୍କରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ବିଶେଷଜ୍ଞ ମୁସକାନ ଉପାଧ୍ୟାୟ କହିଥିଲେ ସମୟ ବହୁତ ମୂଲ୍ୟବାନ। ଏହାକୁ ସଠିକ୍ ବିନିଯୋଗ କରିବା ସେତେ ସହଜ ନୁହେଁ। ମାଟ୍ରିକ ପରେ କେଉଁ କ୍ଷେତ୍ରରେ ନିଜକୁ ଅଧିକ ଧ୍ୟାନଦେବା ବିଜ୍ଞାନ,କଳା,ବାଣିଜ୍ୟ ବା ବୈଷୟିକ କ୍ଷେତ୍ରରେ ପ୍ରବେଶ କରିବା ଏଥିପାଇଁ କିଭଳି ପ୍ରସ୍ତୁତ ହେବା +୨ ପରେ +୩ ରେ କିଭଳି ବିଷୟ ଚୟନ କରିବା , ଏଥିପାଇଁ କଣ ବ୍ୟବସ୍ଥା ରହିଛି ସେ ସଂପର୍କରେ ବିଶଦ ଭାବରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀଙ୍କ ଦକ୍ଷତାକୁ ଆକଳନ କରି କିଏ କେଉଁ ଦିଗରେ ଅଧିକ ମନୋନିବେଶ କରିପାରିବ ସେ ସଂପର୍କରେ ଏକ ଦକ୍ଷତା ପରୀକ୍ଷା କରିଥିଲେ। କାରଖାନାର ମୁଖ୍ୟ ଗିରୀଶ ତିୱାରୀ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏହାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଣଜିତ୍ ନାୟକଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ସୁଶୀଲ କୁମାର ରାଉତଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।
Comments are closed.