ସବ୍ୟସାଚୀ ଓ ଦଣ୍ଡପାଣି କୋର୍ଟରେ ହାଜର
ବ୍ରହ୍ମପୁର : ଗିରଫ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଜାମିନରେ ଥିବା ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତିଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା।
କଡା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ ଵ୍ରହ୍ମପୁର ଜେଲରୁ କୋର୍ଟକୁ ଅଣାଯାଇଥିଲା । ସାକ୍ଷୀଙ୍କ ଅନୁପସ୍ଥିତି ଯୋଗୁଁ ସାକ୍ଷ୍ୟ ଗ୍ରହଣ ସମ୍ଭବପର ହୋଇ ପାରିନାହିଁ । ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଆସନ୍ତା ଏପ୍ରିଲ ୫ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।