www.samajalive.in
Sunday, December 14, 2025
26.1 C
Bhubaneswar

ବଲାଙ୍ଗୀରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ଟିମ୍‍

ବଲାଙ୍ଗୀର : ବଲାଙ୍ଗୀର ଜିଲା ପାଟଣାଗଡରେ ଘଟିଥିବା ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଟିମ୍‍ ବଲାଙ୍ଗୀରରେ  ପହଞ୍ଚିଛି ।  ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଅନୀଲ ଦାସଙ୍କ ନେତୃତ୍ୱ ଶୁକ୍ରବାର ଏହି ଟିମ୍‍ ପାଟଣାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତକାରୀ ଦଳ ଶନିବାର ବଲାଙ୍ଗୀରରେ ପହଞ୍ଚି କୋରିୟର ସଂସ୍ଥାଙ୍କୁ ପଚାରି ରିପୋର୍ଟ ସଂଗ୍ରହ କରୁଛନ୍ତି । ଶୁକ୍ରବାର ତଦନ୍ତାକାରୀ ଦଳର ୪ଜଣ ସଦସ୍ୟ ମଧ୍ୟ ଏସ୍‍ସିବିରେ ପହଞ୍ଚି ନବବିବାହିତା ରୀମା ସାହୁଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ୪ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଗଠନ କରାଯାଇଥିଲା।

- Advertisement -

ଏଥି ମଧ୍ୟରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ମାସେ ପୂରିଛି। କିଏ ପାର୍ସଲ ବୋମା ପଠାଇ ଥିଲା ସେ ସମ୍ପର୍କରେ ପୁଲିସ ତଦନ୍ତ କରି ଏପର୍ଯ୍ୟନ୍ତ କୌଣସି ବିଶେଷ ତଥ୍ୟ ହାସଲ କରିପାରିନାହିଁ। ସାଇବର ଏକ୍ସପର୍ଟଙ୍କୁ ଡକାଯାଇ ଆଲୋଚନା କରାଯାଇଛି କିନ୍ତୁ କିଏ କାହିଁକି ପଠାଇଥିଲା ଏହି ମୃତ୍ୟୁର ଉପହାର ତା’ର କୌଣସି ନିଷ୍କର୍ଷ ବାହାରି ପାରୁନି। ପାଟଣାଗଡ଼ ପୁଲିସ ହାତରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ସେପଟେ ଘଟଣାର ମାସକ ପରେବି ଅଭିଯୁକ୍ତଙ୍କ ଟେର ପାଇ ନଥିବାରୁ ପରିବାର ଲୋକଙ୍କ ମନରେ ଭୟ ବଢିବାରେ ଲାଗିଛି।

ଫେବୃଆରୀ ୨୩ତାରିଖରେ ଘଟଣା ଘଟିଲା ପରେ ପ୍ରଥମେ କୋରିୟର ସଂସ୍ଥାକୁ ପୁଲିସ ଠାବ କରିଥିଲା। ରାୟପୁର ସ୍କାଏ କିଙ୍ଗ କୋରିୟରରୁ ଭାୟା ସମ୍ବଲପୁର ବଲାଙ୍ଗିର ଦେଇ ପାର୍ସଲ ପାଟଣାଗଡ଼ରେ ପହଞ୍ଚିଥିବା ଜଣାପଡିଥିଲା। ତେଣୁ ପ୍ରଥମେ ପୁଲିସ ଟିମ ରାୟପୁର ଯାଇଥିଲା। ସେଠାରେ ସଂସ୍ଥାର ସିସି ଟିଭି କାମ ଦେଉ ନଥିବାରୁ ପୁଲିସ ନିରାଶ ହୋଇ ଫେରିଥିଲା। ପରେ ପୁଲିସ ବେଙ୍ଗାଲୁରୁ ଯାଇ ସେଠାରେ ମୃତ ସୌମ୍ୟ ଶେଖରଙ୍କ ସାଙ୍ଗଙ୍କୁ ପଚରାଉଚରା କରି ଏକ ମୋବାଇଲ ଓ ଲାପଟପ୍‍ ଜବତ କରି ଫେରିଥିଲା। ସେହିପରି ପାଟଣାଗଡ଼ରେ ସୌମ୍ୟଶେଖରଙ୍କ ଆଉ ଏକ ମୋବାଇଲ ଓ ଲାପ୍‍ଟପ ଜବତ କରାଯାଇଥିଲା। ସବୁଠାରୁ ବଡ଼ କଥା ବାହାଘର ପୂର୍ବରୁ ସୌମ୍ୟଶେଖରଙ୍କ ମୋବାଇକୁ ଏକ ଧମକପୂର୍ଣ୍ଣ ମେସେଜ୍‍ ଆସିଥିବା ଜଣାପଡିଥିଲା। ଏହିସବୁ ଆଧାରରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ଆରମ୍ଭ କରିବ ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories