www.samajalive.in
Saturday, December 6, 2025
17.1 C
Bhubaneswar

ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ ୟୁୟୁ ଲଲିତ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଲିତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ବିଦାୟୀ ପ୍ରଧାନ ବିଚାରପତି ସିଜେଇ ଏନଭି ରମଣଙ୍କ ବିଦାୟ ସମାରୋହ ହୋଇଥିଲା ।

ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଲିତ ଶପଥ ପାଠ କରିଥିଲେ । ଏହି ଅବସରରେ ଜଷ୍ଟିସ୍ ୟୁୟୁ ଲଲିତ କହିଛନ୍ତି, ମାମଲା ତାଲିକାରେ ସ୍ୱଚ୍ଛତା ଆଣିବା ମୋର ପ୍ରୟାସ ହେବ ।

- Advertisement -

ଆମେ ଏଠାରେ କହି ରଖିବୁ ଜଷ୍ଟିସ ୟୁୟୁ ଲଲିତଙ୍କ ପରିବାର ପ୍ରାୟ ସମସ୍ତେ ଓକିଲ ଅଟନ୍ତି । ଜଷ୍ଟିସ ଲଲିତଙ୍କ ଦାଦା ରଙ୍ଗନାଥ ଲଲିତ ସ୍ୱାଧୀନତା ପୂର୍ବରୁ ସୋଲାପୁରରେ ଜଣେ ଓକିଲ ଥିଲେ। ଜଷ୍ଟିସ୍ ୟୁୟୁ ଲଲିତଙ୍କ ବାପା ଉମେଶ ରଙ୍ଗନାଥ ଲଲିତ ମଧ୍ୟ ଜଣେ ଓକିଲ ଭାବରେ କାର୍ଯ୍ୟ କରିଛନ୍ତି ।

ପରେ ସେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ଜଷ୍ଟିସ ଲଲିତଙ୍କର ଦୁଇ ପୁଅ ରହିଛନ୍ତି । ସେମାନଙ୍କ ନାଁ ହର୍ଷଦ ଲଲିତ ଏବଂ ଶ୍ରେୟଶ ଲଲିତ । ଉଭୟ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି । ପରେ ଶ୍ରେୟଶ ଲଲିତ ମଧ୍ୟ ଆଇନ ଅଧ୍ୟୟନ ଆଡକୁ ମୁହାଁଇଛନ୍ତି । ତାଙ୍କ ପତ୍ନୀ ରବିନା ମଧ୍ୟ ଜଣେ ଓକିଲ ଅଟନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories